ଜଗତସିଂପୁରରେ ଜେଏସଡବ୍ଲୁ୍ୟ ଷ୍ଟିଲ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ
ପାରାଦ୍ୱୀପରେ ହେବ ଷ୍ଟିଲ ପ୍ଲାଂଟ : ମୁଖ୍ୟମନ୍ତ୍ରୀ
ଆଜି ବୁଧବାର ୨୭ ତାରିଖରେ ଜଗତସିଂହପୁର ଜିଲାର ଢିଙ୍କିଆ ଚାରିଦେଶରେ ଦେଶର ଅଗ୍ରଣୀ ଷ୍ଟିଲ ଉତ୍ପାଦକ ଜେଏସଡବ୍ଲୁ୍ୟର ଷ୍ଟିଲ ପ୍ରକଳ୍ପର ଭିତିପ୍ରସ୍ତରକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧିବଦ୍ଧ ଭାବେ ସ୍ଥାପନ କରିଛନ୍ତି । ଏଥିରେ ଶିଳ୍ପମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ ଓ ଜେଏସଡବ୍ଲୁ୍ୟ ମୁଖ୍ୟ ସଜ୍ଜନ ଜିନ୍ଦଲ ଉପସ୍ଥିତ ଥିଲେ ।
ଏହି ଅବସରରେ ପାରାଦ୍ୱୀପରେ ମଧ୍ୟ ଷ୍ଟିଲ ପ୍ଲାଂଟ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଘୋଷଣା କରିଛନ୍ତି ।
ତେବେ ଢିଙ୍କିଆ ଚାରିଦେଶରେ ୬୫ ହଜାର କୋଟି ଟଙ୍କା ନିବେଶରେ ଏଠାରେ ଜେଏସଡବ୍ଲୁ୍ୟ କାରଖାନା କରିବ । ଦୁଇ ପର୍ଯ୍ୟାୟରେ ୨୪ ମିଲିୟନ ଟନର ଷ୍ଟିଲ ପ୍ଲାଂଟ ହେବ ବୋଲି ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଘୋଷଣା କରିଛନ୍ତି । ଏଥିସହ ୧୨ ମିଲିଅନ ଟନର ସିମେଂଟ ପ୍ଲାଂଟ ମଧ୍ୟ ହେବ ବୋଲି କହିଛନ୍ତି ।
ସୂଚନାଥାଉ କି, ପୂର୍ବ ବିଜେଡି ସରକାର ସମୟରେ ଦକ୍ଷିଣ କୋରିଆର ଷ୍ଟିଲ କମ୍ପାନୀ ‘ପେସ୍କୋ’ ଏଠାରେ ଷ୍ଟିଲ କାରଖାନା ବସାଇ ନପାରି ନିରାଶ ହୋଇ ଫେରିଯାଇଛି ।
ତେବେ ପୂର୍ବ ନବୀନ ସରକାରଙ୍କ ଆନ୍ତରିକତା ଅଭାବରୁ ଏଠାରେ ଷ୍ଟିଲ ପ୍ଲାଂଟ ହୋଇପାରୁନଥିଲା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କଟୂ ସମାଲୋଚନା କରିଥିଲେ ।