ଏସଆଇଆର ବୈଧ : ସୁପ୍ରିମକୋର୍ଟ
ସାରା ଦେଶରେ ବର୍ତମାନ ୨୦୨୭ ସାଧାରଣ ନିର୍ବାଚନ ଲାଗି ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସଆଇଆର କରାଯାଉଛି ।
ମାତ୍ର ଏହାକୁ କିଛି ରାଜ୍ୟରେ ବିରୋଧ କରାଯାଉଥିବା ଦେଖାଯାଇଛି ।
ଏସଆଇଆର ଉପରେ ରୋକ ଲଗାଯାଉ ବୋଲି ଆବେଦନକରି ଏ ସଂକ୍ରାନ୍ତୀୟ ମାମଲା ଏବେ ସୁପ୍ରିମକୋର୍ଟରେ ପହଂଚିଛି ।
ତେବେ ମାନ୍ୟବର ସୁପ୍ରିମକୋର୍ଟ ଏ ସଂକ୍ରାନ୍ତୀୟ ମାମଲାର ଶୁଣାଣି କରି ଏସଆଇଆର ବୈଧ ବୋଲି ରାୟ ପ୍ରଦାନ କରିଛନ୍ତି ।
ଏଥିସହ ନିର୍ବାଚନ କମିଶନ ଜଣେ ବ୍ୟକ୍ତିଙ୍କ ନାଗରିକତାକୁ ଯାଂଚ କରିପାରିବେ ବୋଲି ସୁପ୍ରିମକୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି ।
ଏଥିସହ ନିର୍ବାଚନ କମିଶନଙ୍କ ନିଷ୍ପତିକୁ ମଧ୍ୟ ସୁପ୍ରିମକାର୍ଟ ସମର୍ଥନ କରିଛନ୍ତି ।
ତେବେ ଭୋଟର ତାଲିକାର ସାଧାରଣ ସଂଶୋଧନ ଠାରୁ ଏସଆଇଆର ଭିନ୍ନ ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ମତ ରଖି ଏ ସଂକ୍ରାନ୍ତୀୟ ଏକ ମାମଲାର ଶୁଣାଣି କରି ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି ।