ପୁରୀରୁ ଟିଏମସି ବିଧାୟକ ଗିରଫ
ପୁରୀ ଠାରେ ପଶ୍ଚିମବଙ୍ଗର ଟିଏମସି ବିଧାୟକ ଦିଲୀପ ମଣ୍ଡଳଙ୍କୁ ପୁଲିସ ଗିରଫ କରିଛି । ପୁରୀର ଏକ ହୋଟେଲରୁ ତାଙ୍କୁ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଗିରଫ କରିଛି ।
ପରେ ତାଙ୍କୁ ପଶ୍ଚିମବଙ୍ଗ ନିଆଯାଇଥିବା ଶୁଣାଯାଉଛି ।
ପୂର୍ବତନ ମମତା ସରକାରରେ ଦିଲୀପ ପରିବହନ ମନ୍ତ୍ରୀ ଥିଲେ ।
ଗତ ଏପ୍ରିଲ ମାସରେ ସାଧାରଣ ନିର୍ବାଚନବେଳେ ବିଜେପି କର୍ମୀଙ୍କୁ ଧମକ ଦେବା ନେଇ ତାଙ୍କ ନାମରେ ଥାନାରେ ଅଭିଯୋଗ ହୋଇଥିଲା ।
ତେବେ ଗିରଫ ଭୟରେ ଦିଲୀପ ପୁରି ଆସି ଲୁଚିଥିଲେ ।
ଖବର ପାଇ ପଶ୍ଚିମବଙ୍ଗ ଏସଟିଏଫ ତାଙ୍କୁ ପୁରୀର ଏକ ହୋଟେଲରୁ ଗିରଫ କରି ପଶ୍ଚିମବଙ୍ଗ ନେଇଯାଇଛି ।
ତେବେ କିଛି ଦିନ ତଳେ ଏହି ମାମଲାରେ ତାଙ୍କ ପୁଅ ଅର୍ଘ୍ୟ ମଣ୍ଡଳଙ୍କ ମଧ୍ୟ ବାନ୍ଧିଛି ପୁଲିସ ।