ଜୁନ ୧୮ରେ ରାଜ୍ୟସଭା ଉପନିର୍ବାଚନ
ଗତ ମଙ୍ଗଳବାର ୨୬ ତାରିଖରେ ପୂର୍ବତନ ବାରବାଟୀ-କଟକ ବିଧାୟକ ତଥା ତିର୍ତୋଲ ସାଂସଦ ଦେବାଶିଷ ସାମନ୍ତରାୟ ବିଜେଡିର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇ ବିଜେପିରେ ମିଶିଛନ୍ତି ।
ଏଥିପାଇଁ ତାଙ୍କ ତିର୍ତୋଲ ବିଧାନସଭା ମଣ୍ଡଳୀ ଏବେ ଖାଲି ପଡ଼ିଛି ।
ଏଣୁ ଆସନ୍ତା ଜୁନ ୧୮ ତାରିଖରେ ରାଜ୍ୟସଭା ଉପନିର୍ବାଚନ ହେବ ବୋଲି ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଜୁନ ୧ରେ ନାମାଙ୍କନ ପତ୍ର ପ୍ରାର୍ଥୀମାନେ ଦାଖଲ କରିବେ ।
ଜୁନ ୯ରେ ପ୍ରାର୍ଥୀପତ୍ର ଯାଂଚ ହେବ । ଜୁନ ୧୧ରେ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରଖାଯାଇଛି ।
ଆସନ୍ତା ଜୁନ ୧୮ ସକାଳୁ ମତଦାନ କରାଯାଇ ଅପରାହ୍ଣ ୫ଟାରେ ଭୋଟ ଗଣତି ହେବ । ଜୁନ ୨୦ ତାରିଖ ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଶେଷ ହେବ ବୋଲି ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।