ନିଟ ପେପର ଲିକ ଘଟଣା, ଆଉ ୨ ଗିରଫ
ବହୁ ଚର୍ଚ୍ଚିତ ନିଟ-ୟୁଜି ୨୦୨୬ ପ୍ରଶ୍ନପତ୍ର ଲିକ ଘଟଣାରେ ପୁଲିସ ଆଉ ୨ ଜଣଙ୍କୁ ଗିରଫ କରିଛି ।
ଗିରଫଦ୍ୱୟ ହେଲେ ଡା. ମନୋଜ ଶିରୁରେ ଓ ତେଜସ ହର୍ଷଦ କୁମାର ଶାହ ।
ଏହି ଦୁହିଙ୍କ ଗିରଫଦାରୀ ପରେ ଏଯାବତ ମାମଲାରେ ମୋଟ ଗିରଫଙ୍କ ସଂଖ୍ୟା ୧୩କୁ ଛୁଇଁଛି ।
ଏହି ପ୍ରଶ୍ନପତ୍ର ଲିକ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ପାଇଁ ସିବିଆଇ ତଦନ୍ତ ଜାରି ରଖିଛି ।
ଏହି ଘଟଣାରେ ସିବିଆଇ ପକ୍ଷରୁ ଦେଶର ୪୯ଟି ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଛି । ଏହି ଚଢ଼ଉବେଳେ ନିଟ ପରୀକ୍ଷା ସମ୍ପର୍କିତ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜାଦ ସିବିଆଇ ହାତରେ ଲାଗିଛି ।
ଏଥିସହ ଗିରଫ ଅଭିଯୁକ୍ତମାନକଙ୍କ ଲାପଟପ ଓ ମୋବାଇଲ ଫୋନଗୁଡ଼ିକୁ ଜବତ କରି ସିବିଆଇ ଏହାର ତଦନ୍ତ କରୁଛି ।