ସାର୍ଥକ ପିଡିଏସ ପାଇଁ ୫ବର୍ଷରେ ୨୫,୫୩୦କୋଟି ଟଙ୍କା ବ୍ୟୟ କରିବ ସରକାର
ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ‘ରେସନ ପରିବହନ ଏବଂ ପରିଚାଳନା ପାଇଁ ସହାୟତା ସାଧାରଣ ବଂଟନରେ ସ୍ୱୟଂକ୍ରିୟ ଆୟ’ (ସାର୍ଥକ-ପିଡିଏସ) ଯୋଜନାକୁ ଏକ ବ୍ୟାପକ ଯୋଜନା ଭାବେ ଜାରି ରଖିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଞ୍ଜୁରି ପ୍ରଦାନ କରିଛନ୍ତି ।
ଷୋଡ଼ଶ ଅର୍ଥ ଆୟୋଗଙ୍କ ଆବଂଟନ ଅବଧିରେ କେନ୍ଦ୍ର ସରକାରଙ୍କ ତରଫରୁ ୨୫,୫୩୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ଦ୍ୱାରା ଆନ୍ତଃରାଜ୍ୟ ପରିବହନ ଓ ଖାଦ୍ୟ ଶସ୍ୟ ପରିଚାଳନା ଏବଂ ଏଫପିଏସ ଡିଲରମାନଙ୍କ ମାର୍ଜିନ ଉପରେ ହେଉଥିବା ଖର୍ଚକୁ ପୂରଣ କରିବା ତଥା କେନ୍ଦ୍ରୀୟ ସହାୟତାର ବର୍ତମାନର ପାଣ୍ଠି ଢାଂଚାକୁ ଜାରି ରଖିବା ଲାଗି ସିସିଇଏ ମଧ୍ୟ କେନ୍ଦ୍ରୀୟ ସହାୟତାର ମାନଦଣ୍ଡକୁ ସଂଶୋଧନ କରିବାକୁ ନିଷ୍ପତି ନେଇଛି । ଏହି ଯୋଜନାର ପରିକଳ୍ପନା ଏକ ବ୍ୟାପକ ଯୋଜନା ରୂପରେ କରାଯାଇଛି, ଯାହା ନିମ୍ନଲିଖିତ ଦୁଇଟି ବର୍ତମାନର ଯୋଜନାକୁ ଏକୀକୃତ କରିଥାଏ ।
ଏହି ଯୋଜନା ଦୁଇଟି ହେଲା ୧- ଏନଏଫଏସଏ ଅଧୀନରେ ରାଜ୍ୟ ଏଜେନ୍ସିଗୁଡ଼ିକୁ ଖାଦ୍ୟଶସ୍ୟର ଆନ୍ତଃରାଜ୍ୟ ପରିବହନ ଏବଂ ଏଫପିଏସ ଡିଲରମାନଙ୍କୁ ମାର୍ଜିନ ପାଇଁ ସହାୟତା ଏବଂ ୨- ସାଧାରଣ ବଂଟନ ବ୍ୟବସ୍ଥାରେ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଆଧୁନିକୀକରଣ ଏବଂ ସଂସ୍କାର ପାଇଁ ଯୋଜନା (ସ୍ମାର୍ଟ ପିଡିଏସ) । ଏହାଦ୍ୱାରା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ୨୦୧୩ (ଏନଏଫଏସଏ) କାର୍ଯ୍ୟକାରିତାକୁ ବ୍ୟାପକ ଭାବେ ସୁଦୃଢ଼ କରାଯାଇପାରିବ ।
ସ୍ମାର୍ଟ ପିଡିଏସ ସହିତ ମେରା ରେସନ, ଅନ୍ନ ମିତ୍ର, ରାଇଟଫୁଲ ଟାର୍ଗେଟିଂ ଡ୍ୟାସବୋର୍ଡ ଏବଂ ଅନ୍ନ ସହାୟତା ଭଳି ନାଗରିକ –କୈନ୍ଦ୍ରିକ ପଦକ୍ଷେପ ନିଆଯାଇଛି । ୨୦୨୩ ମସିହା ଏପ୍ରିଲ ପହିଲାର ସ୍ମାର୍ଟ ପିଡିଏ ଯୋଜନା ୩୬ଟି ରାଜ୍ୟ/କେନ୍ଦ୍ରଶାସିତ ଅଂଚଳରେ ରେସନ କାର୍ଡର ସମ୍ପୂର୍ଣ୍ଣ ଡିଜିଟାଲକରଣ, ଆଧାର ସିଡିଂ, ଇ-ପିଓଏସ ମାଧ୍ୟମରେ ଏଫପିଏସ ସ୍ୱୟଂଚାଳିତକରଣ, ଅନଲାଇନ ଆବଂଟନ ଏବଂ କମ୍ପ୍ୟୁରାଇଜଡ ଯୋଗାଣ-ଶଙ୍ଖଳ ପରିଚାଳନାକୁ ସକ୍ଷମ କରି ପ୍ରଯୁକ୍ତିବିଦ୍ୟା ଆଧାରିତ ସଂସ୍କାରର ମୂଳଦୁଆ ଭାବେ କାର୍ଯ୍ୟ କରିଛି ।
ଭାରତ ସରକାରଙ୍କର ନାଗରିକମାନଙ୍କ ପ୍ରତି ଏକ ସାମାଜିକ ଏବଂ ଆଇନଗତ ପ୍ରତିବଦ୍ଧତା ରହିଛି, ନାଗରିକମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ ଗୁଣାତ୍ମକ ଖାଦ୍ୟଶସ୍ୟ ଉପଲବ୍ଧ କରାଇ ସେମାନଙ୍କୁ ସମ୍ମାନର ସହିତ ଜୀବନ ଯାପନ ସୁନିଶ୍ଚିତ କରିବା ଲାଗି ସରକାର ନିରନ୍ତର ପଦକ୍ଷେପ ନେଉଛନ୍ତି ।