ଅପରାଧୀଙ୍କୁ ପୁଲିସ କମିସନରଙ୍କ କଡ଼ା ଚେତାବନୀ : ‘ନିରୀହଙ୍କୁ ଟାର୍ଗେଟ କଲେ ନିସ୍ତାର ନାହିଁ’
ଆକ୍ସନ ମୋଡରେ କମିସନରେଟ ପୁଲିସ । ଅପରାଧୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ପୁଲିସ କମିସନର ଦେବଦତ ସିଂ ।
ସେ କହିଛନ୍ତି ଯେ ନିରୀହଙ୍କୁ ଟାର୍ଗେଟ କଲେ ଆଉ ନିସ୍ତାର ମିଳିବ ନାହିଁ । ଡ୍ରଗସ ମାଫିଆ ପପୁନ ମାଝୀ ଭଳି ଅବସ୍ଥା ହେବ । ଭୁବନେଶ୍ୱରରେ ଗଞ୍ଜାମର କୁଖ୍ୟା ଡ୍ରଗ୍ସ ମାଫିଆ ପପୁନ ମାଝୀକୁ ଏନକାଉଂଟର କରିଛି କମିସନରେଟ ପୁଲିସ । ଗଞ୍ଜାମ ଜଗନ୍ନାଥ ପ୍ରସାଦ ଅଂଚଳର ଡ୍ରଗ୍ସ ମାଫିଆ ପପୁନ ।
ଇନଫୋ ଭ୍ୟାଲି ଥାନା ଅଂଚଳରେ ଡ୍ରଗ୍ସ ଡିଲ ବେଳେ ଏନକାଉଂଟର ହୋଇଥିଲା । ପ୍ରଥମେ ପୁଲିସ ଉପରକୁ ଏକ ରାଉଣ୍ଡ ଗୁଳି ପପୁନ ଚଳାଇଥିଲା ।
ପୁଲିସର ପାଲଟା ଗୁଳି ଚାଳନାରେ ପପୁନ ଗୁରୁତର ହୋଇଥିଲା । ପପୁନକୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ପରେ କଟକ ଏସସିବି ସ୍ଥାନାନ୍ତର କରାଯାଇଛି ।
ତା’ ନିକଟରୁ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗର ସହ ବନ୍ଧୁକ ଓ ଗୁଳି ଜବତ ହୋଇଛି । ପପୁନ ନାମରେ ବିଭିନ୍ନ ଥାନାରେ ୩୦ରୁ ଅଧିକ ମାମଲା ରହିଛି ।