ଧରାପଡ଼ିଲା ଲେଡି ଲୁଟେରା ଗ୍ୟାଙ୍ଗ
ବିିଶ୍ୱାସ କାହାକୁ କରିବ । କାରଣ ଯେଉଁମାନଙ୍କୁ ଦିନରେ ଭିକାରୀ ଭାବେ ଭିକ୍ଷା ପ୍ରଦାନ କରାଯାଉଛି, ସେମାନେ ରାତ୍ରି ସମୟରେ ଲୁଟେର ସାଜି ଲୁଟ କାର୍ଯ୍ୟ ଚଳାଉଛନ୍ତି ।
କାରଣ ଏଭଳି ଦୃଶ୍ୟ ଅନ୍ୟ କେଉଁଠି ନୁହେଁ, ଖୋଦ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ।
ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ ଭୁବନେଶ୍ୱର ଷ୍ଟେସନର ୧ନଂ ପ୍ଲାଟଫର୍ମରୁ ଏକ ମହିଳା ଲୁଟେରା ଗ୍ୟାଙ୍ଗ (ଦଳ) ଧରା ପଡ଼ିଛନ୍ତି । ଏମାନେ ଦିନରେ ଭିକ୍ଷା କାର୍ଯ୍ୟ କରନ୍ତି, କିନ୍ତୁ ପ୍ରକୃତରେ ଉଦେ୍ଦଶ୍ୟ ଅଲଗା ।
ଏମାନେ ଭିକାରି ସାଜି ବିଭିନ୍ନ ଅଂଚଳ ବୁଲନ୍ତି ଓ କିପରି ଚୋରି କରିବେ ତାହା ନେଇ ଛକ ତିଆରି କରନ୍ତି ।
ଭୁବନେଶ୍ୱରର ଆରପିଏଫ ପ୍ଲାଟଫର୍ମରୁ ଏହି ଅଭିଯୋଗରେ ଦୁଇଜଣଙ୍କୁ ପୁଲିସ ଗିରଫ କରିଛି । ଏମାନଙ୍କ ନିକଟରୁ ୨୦ଲକ୍ଷ ଟଙ୍କାର ସୁନା ଗହଣା ଜବତ ହୋଇଛି । ସହରରୁ ଚୋରି କରି ଏହାକୁ ଟ୍ରେନରେ ଅନ୍ୟତ ପଠାଇଥାଆନ୍ତି । ଏଭଳି କାର୍ଯ୍ୟ କରୁଥିବା ସମୟରେ କେତେକଙ୍କୁ ଆରପିଏଫ୍ ଗିରଫ କରିବାରେ ସମର୍ଥ ହୋଇଛି ।
ପୁଲିସ ଜାଣିପାରିଛି ଯେ ସାଧାରଣଙ୍କ ନିକଟରେ ଏମାନେ ଦିନରେ ଭିକାରୀ ସାଜି ଭିକ୍ଷା କାର୍ଯ୍ୟ କରନ୍ତି ଓ ସନ୍ଧ୍ୟା ହେଲେ ଏମାନେ ଚୋରି କାର୍ଯ୍ୟରେ ବ୍ୟସ୍ତ ରୁହନ୍ତି ।