ତ୍ୱିଷା ହତ୍ୟା : ଗିରଫ ହେବେ ଶାଶୂ ଗିରିବାଳା !
ବହୁ ଚର୍ଚ୍ଚିତ ମଧ୍ୟପ୍ରଦେଶର ତ୍ୱିଷା ଶର୍ମା ହତ୍ୟା ମାମଲାରେ ଗିରଫ ହୋଇପାରନ୍ତି ତ୍ୱିଶାଙ୍କ ଶାଶୁ ଗିରିବାଳା ସିଂ ।
ମୃତ ତ୍ୱିଷାଙ୍କ ପରିବାର ପକ୍ଷରୁ ଯୌତୁକଜନିତ ହତ୍ୟା ମାମଲାରେ ତ୍ୱିଶାଙ୍କ ଶାଶୁ ଗିରିବାଳାଙ୍କୁ ପକ୍ଷଭୁକ୍ତ କରାଯାଇଛି ।
ଗିରଫଦାରିକୁ ଏଡ଼ାଇବା ନିମନ୍ତେ ଗିରିବାଳା ଅଦାଲତରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ ଯାହାକୁ ଜବଲପୁର ହାଇକୋର୍ଟ ଖାରଜ କରିଦେଇଛନ୍ତି ।
ଏଣୁ ଗିରିବାଳାଙ୍କ ଗିରଫ ହେବାର ସମ୍ଭବନା ଦେଖାଦେଇଛି ।
ଏବେ ଏହି ମାମଲାର ତଦନ୍ତ ପାଇଁ ଗିରିବାଳାଙ୍କ ଘରେ ସିବିଆଇ ଟିମ୍ ପହଂଚିଛି ।
ତେବେ ଏହି ମାମଲାରେ ମୃତା ତ୍ୱିଷାଙ୍କ ସ୍ୱାମୀ କିଛି ଦିନ ଫେରାର ରହି ପରେ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ ।
ଏବେ ସେ ମଧ୍ୟ ତଦନ୍ତର ପରିସରଭୁକ୍ତ ରହିଛନ୍ତି ।