ବିଶିଷ୍ଟ ଉର୍ଦ୍ଦୁ କବି ବସିର ବଦ୍ରଙ୍କ ଦେହାନ୍ତ
ଭୋପାଳଠାରେ ବିଶିଷ୍ଟ ଊର୍ଦ୍ଦୁ କବି ଡକ୍ଟର ବସିର ବଦ୍ରଙ୍କ ଗୁରୁବାର ଅପରାହ୍ନରେ ଦେହାନ୍ତ ହୋଇଯାଇଛି ।
ମୃତ୍ୟୁବେଳକୁ ତାଙ୍କୁ ୯୧ବର୍ଷ ହୋଇଥିଲା । ଡକ୍ଟର ବସିର ବଦ୍ର ଅନେକ ଦିନ ହେଲା ଡିମେନ୍ସିଆ ରୋଗରେ ପୀଡ଼ିତ ଥିଲେ ।
ତାଙ୍କର ସ୍ମୃତିଶକ୍ତି ହ୍ରାସ ପାଇଥିଲା । ଗତ କିଛିଦିନ ହେଲା ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଘଟିଥିଲା । ଗୁରୁବାର ସକାଳ ପ୍ରାୟ ୧୨ଟାରେ ତାଙ୍କର ଦେହାନ୍ତ ହୋଇଯାଇଛି । ଡକ୍ଟର ବସିର ବଦ୍ର ଊର୍ଦ୍ଧୁ କବିତା ଜଗତର ଏକ ପ୍ରମୁଖ ନାମ ଥିଲା । ତାଙ୍କର ଗଜଲ ଓ ଶାୟରି ସାଧାରଣ ଲୋକଙ୍କଠାରୁ ସାହିତ୍ୟ ଜଗତ ପର୍ଯ୍ୟନ୍ତ ସମସ୍ତେ ପ୍ରସନ୍ଦ କରୁଥିଲେ ।
ବସିର ବଦ୍ରଙ୍କ ଜନ୍ମ ୧୯୩୫ ମସିହା ଫେବୃଆରୀ ୧୫ତାରିଖରେ ଉତରପ୍ରଦେଶର ଅଯୋଦ୍ଧାରେ ହୋଇଥିଲା ।
ପରେ ସେ ଭୋପାଳ ଚାଲି ଆସିଥିଲେ । ଓ ସେଠାରେ ଦୀର୍ଘବର୍ଷ ରହିଥିଲେ । ବସିର ବଦ୍ରଙ୍କ କବିତାରେ ପ୍ରେମ, ସମ୍ପର୍କ ଓ ଜୀବନର ଅଭିଜ୍ଞତା ଅତ୍ୟନ୍ତ ସରଳତା ଓ ଗଭୀରତାର ସହିତ ପ୍ରତିଫଳିତ ହେଉଥିଲା ।
ଡକ୍ଟର ବସିର ବଦ୍ରଙ୍କ ଦେହାନ୍ତ ଖବର ସାହିତ୍ୟିକ ଜଗତରେ ଶୋକର ଛାୟା ଖେଳାଇ ଦେଇଛି ।