ପୋଲ ଉପରୁ ଖସିଲା କାର, ୨ ମୃତ
କେନ୍ଦୁଝର ଜିଲା ଘସିପୁରା ବ୍ଲକ ଦୈତାରୀ ଥାନା ଅଧୀନ ରରାସୋଳ ଗ୍ରାମ ନିକଟ କୁଶେଇ ନଦୀ ପୋଲ ଉପରୁ ଏକ କାର ତଳକୁ ଖସିପଡ଼ିବାରୁ ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି ।
ପାଣି ଭିତରୁ ସ୍ଥାନୀୟ ଲୋକଙ୍କ ସହାୟତରେ ପୁଲିସ ଉପସ୍ଥିତିରେ ଗୁରୁତର ଦୁଇଜଣଙ୍କୁ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବାବେଳେ ଦୁଇଜଣଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି ।
ସମସ୍ତଙ୍କ ଘର ଢେଙ୍କାନାଳ ଟାଉନ ବୋଲି ଜଣାପଡ଼ିଛି । ଏମାନେ ଘଟଗାଁ ମା’ ତାରେଣୀଙ୍କ ଦର୍ଶନ ନିମନ୍ତେ ଏକ କାର ଯୋଗେ ଯାଉଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ।