ବିଷାକ୍ତ ମଦ ପିଇ ମହାରାଷ୍ଟ୍ରରେ ୧୫ ମୃତ
ମହାରାଷ୍ଟ୍ରର ପୁଣେ ଏବଂ ପିମ୍ପରି-ଚିଂଚୱାଡ ଅଂଚଳରେ ବିଷାକ୍ତ ମଦ ପାନ କରି ୧୫ଜଣଙ୍କ ମୃତ୍ୟୁ ଘଟିଛି ।
ଏହା ସହିତ ଅନେକଙ୍କ ଅବସ୍ଥା ଗୁରୁତର ମଧ୍ୟ ଥିବା ଜଣାପଡ଼ିଛି । ରିପୋର୍ଟ ଅନୁସାରେ ବିଷାକ୍ତ ମଦ ପାନ କରି ପିମ୍ପରି-ଚିଂଚୱାଡର ଦାପୋଡି ଏବଂ ଫୁଗେୱାଡି ଅଂଚଳରେ ୮ଜଣଙ୍କ ମୃତ୍ୟୁ ହୋଇଛି ।
ସେହିପରି ପୁଣେର କାଲେ ପଡଲ ଅଂଚଳରେ ୩ଜଣ ଏବଂ ହଡ଼ପସର ଅଂଚଳରେ ୨ଜଣଙ୍କ ମୃତ୍ୟୁ ଘଟିଛି । ବିଷାକ୍ତ ମଦ ପାନ କରିବା ପରେ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଅଚାନକ ଅବନତି ଘଟିବାକୁ ଲାଗିଥିଲା ଏବଂ କେତେକଙ୍କ ପାଟିରୁ ଫେଣ ସଦୃଶ ବାହାରିଥିବା ଅନେକେ କହିଛନ୍ତି ।
ଏହି ଘଟଣା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିବାବେଳେ ମୁଖ୍ୟ ଅଭିଯୁକ୍ତ ଯୋଗେଶ ୱାଙ୍ଖଡେକୁ ପୁଲିସ ଗିରଫ କରିଛି ।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ବେଆଇନ ମଦ ବେପାରରେ ସଂପୃକ୍ତ ଥିବା ଏହି ଅଭିଯୁକ୍ତ ହିଁ ସ୍ପିରିଟ ମିଶ୍ରିତ ବିଷାକ୍ତ ମଦ ପ୍ରସ୍ତୁତ କରିଥିଲା ।
ପୁଲିସର ସୂଚନା ଅନୁଯାୟୀ ଅଭିଯୁକ୍ତ ଯୋଗେଶ ୱାଙ୍ଖଡେ ନାମରେ ପୂର୍ବରୁ ମଧ୍ୟ ଏକାଧିକ ଅପରାଧିକ ମାମଲା ଅଛି । ପୁଲିସ ଏହି ଘଟଣାର ଅନୁସନ୍ଧାନ ଜାରି ରଖିଛି ।