ବାରଙ୍ଗ ଥାନା ଘେରଉ, ରାସ୍ତା ଅବରୋଧ
ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଘଟଣାକୁ ନେଇ ପ୍ରବଳ ଉତେଜନା ପ୍ରକାଶ ପାଇଛି ।
ବାରଙ୍ଗ ଥାନା ଆଗରେ ଉତ୍ୟକ୍ତ ଗ୍ରାମବାସୀଙ୍କ ବିରୋଧ ପ୍ରଦର୍ଶନ କରାଯାଇଛି । ମାଡ଼ ମରାଯାଇଥିବା ରାକେଶଙ୍କ ବିାବଦରେ ତଥ୍ୟ ନ ମିଳିବା କାରଣରୁ ଉତେଜନା ବୃଦ୍ଦି ପାଇଛି ।
ପୁଲିସର ଅମାନୁଷିକ କାର୍ଯ୍ୟକୁ ବିରୋଧ କରି କଟକ-ଭୁବନେଶ୍ୱର ରାସ୍ତାକୁ ଚଣ୍ଡୀପ୍ରସାଦ ଗ୍ରାମବାସୀ ଅବରୋଧ କରିଥିଲେ । ମାଡ଼ ମରାଯାଇଥିବା ରାକେଶଙ୍କ ବାବଦରେ ପୁଲିସ ତଥ୍ୟ ଦେଉ ନଥିବା ଅଭିଯୋଗ ହେଉଛି । କେଉଁ ଓ କିଭଳି ସ୍ଥିତିରେ ଅଛନ୍ତି ପୁଲିସ ଜଣାଉ ନଥିବାରୁ ଗ୍ରାମବାସୀ ତାତିଥିବା କୁହାଯାଉଛି ।
ରାସ୍ତା ଅବରୋଧ ଯୋଗୁଁ ଗାଡ଼ି ମୋଟରମାନ ମଝି ରାସ୍ତାରେ ଅଟକି ରହିବାଦ୍ୱାରା ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି, ଯାହାଦ୍ୱାରା ସାଧାରଣ ଯାତ୍ରୀ ହଟହଟାର ସମ୍ମୁଖୀନ ହେଉଥିବା ପରିଲକ୍ଷିତ ହୋଇଛି । ଘଟଣାସ୍ଥଳ ଉତେଜନାପ୍ରବଣ ହୋଇପଡ଼ିବାଦ୍ୱାରା କଟକ ଡିସିପିଙ୍କ ସମେତ ଏସପି ପ୍ରମୁଖ ଓ ଫୋର୍ସ ମୁତୟନ କରାଯାଇଛି ।
ରାସ୍ତା ଅବରୋଧ ହଟାଇବାକୁ ପୁଲିସ ବୁଝାସୁଝା କରୁଥିବା ପରିଲକ୍ଷିତ ହୋଇଛି ।