ଜୁନ ୧ରୁ ଦ୍ୱାଦଶ ପୁନଃମୂଲ୍ୟାୟନ ଆବେଦନ
ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ପୁନଃ ମୂଲ୍ୟାୟନରେ ସ୍ୱଚ୍ଛତା ଆଣିବା ପାଇଁ ସିବିଏସଇ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି ।
ଆସନ୍ତା ଜୁନ ୧ ତାରିଖରୁ ପୋର୍ଟାଲ ଖୋଲିବାକୁ ସିବିଏସଇ ନିଷ୍ପତି ନେଇଛି ।
ପୋର୍ଟାଲ ମାଧ୍ୟମରେ ପୁନଃ ମୂଲ୍ୟାୟନ ନିମନ୍ତେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ ବୋଲି ସିବିଏସଇ ସ୍ପଷ୍ଟ କରିଥିବା ଜଣାପଡ଼ିଛି ।