ଅଧିନାୟକ ପଦ ଛାଡ଼ିଲେ ପନ୍ଥ
ଭାରତୀୟ ଯୁବ କ୍ରିକେଟର ଋଷଭ ପନ୍ଥ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୬ରୁ ବାହାରି ଯିବା ପରେ ଲକ୍ଷ୍ନୌ ସୁପର ଜାଏଂଟସର ଅଧିନାୟକ ପଦ ଛାଡ଼ିଛନ୍ତି ।
ଶୁକ୍ରବାର ପ୍ରାୟୋଜକ ପକ୍ଷରୁ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ପନ୍ଥଙ୍କୁ ଅଧିନାୟକ ପଦରୁ ହଟାଇ ଦିଆଯିବା ନେଇ ସୂଚନା ପ୍ରଦାନ କରାଯାଇଛି । ଏଥିରେ କୁହାଯାଇଛି ଯେ ପନ୍ଥ ନିଜେ ଅଧିନାୟକ ପଦରୁ ଅବ୍ୟାହତି ନେବା ପାଇଁ ନିଷ୍ପତି ନେଇଛନ୍ତି ।
ଲକ୍ଷ୍ନୌ ସୁପର ଜାଏଂଟସ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ ଋଷଭ ପନ୍ଥ ପ୍ରାୟୋଜକଙ୍କ ନିକଟରେ ଅନୁରୋଧ କରିଥିଲେ ଯେ ଦାୟିତ୍ୱରୁ ବାହାରିଯିବେ । ପନ୍ଥଙ୍କ ଅନୁରୋଧକୁ ଟିମ କର୍ତୃପକ୍ଷ ଓ ପ୍ରାୟୋଜକ ନିଜର ସହମତିରେ ଏହି ନିଷ୍ପତି ଉପରେ ମୋହର ମାରିଛନ୍ତି । ଯାହାଦ୍ୱାରା ଏଲଏସଜିର ଅଧିନାୟକ ପଦରୁ ପନ୍ଥ ମୁକ୍ତ ହୋଇଛନ୍ତି ।
ଲକ୍ଷ୍ନୌ ସୁପର ଜାଏଂଟସର ନିର୍ଦେଶକ ଟମ ମୁଡ଼ି ଏହି ନିଷ୍ପତି ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଋଷଭ ପନ୍ଥ ନିଜେ ପ୍ରାୟୋଜକଙ୍କ ନିକଟରେ ଅନୁରୋଧ କରିଥିଲେ ଏବଂ ଆମେ ତାଙ୍କ ଫଇସଲାକୁ ସମ୍ମାନ ଦେଇ ଏହାକୁ ସ୍ୱୀକର କରିଛୁ ।
ତାଙ୍କର ଏହି ନିଷ୍ପତି ସାଧାରଣ ନୁହେଁ, ଅଧିନାୟକ ଭାବେ ଋଷଭ ପନ୍ଥ ଡ୍ରେସିଂ ରୁମରେ ଯେଉଁ ସହଯୋଗ କରିଛନ୍ତି, ଏଥିପାଇଁ ଆମ୍ଭେମାନେ ତାଙ୍କୁ ଧନ୍ୟବାଦ ଜଣାଉଛୁ ।