ପାକିସ୍ତାନକୁ ଚେତାଇଲେ ସେନାମୁଖ୍ୟ
ଅପରେସନ ସିନ୍ଦୂର ୨.୦ ପାଇଁ ୩ ସେନା ପ୍ରସ୍ତୁତ
ଅପେରସନ ସିନ୍ଦୁରକୁ ଇତି ମଧ୍ୟରେ ୧ ବର୍ଷ ପୂରିସାରିଛି । ପହଲଗାଓଁ ଆତଙ୍କୀ ଆକ୍ରମଣରେ ବହୁ ନିରୀହ ଲୋକଙ୍କ ଜୀବନ ଯାଇଥିଲା ।
ଏହାର ପ୍ରତିଶୋଧ ନେବା ଲାଗି ଭାରତୀୟ ସେନା ପକ୍ଷରୁ ଗତ ୨୦୨୫ ଜୁନ ମାସରେ ପାକିସ୍ତାନସ୍ଥିତ ଆତଙ୍କବାଦୀଙ୍କୁ ସାବାଡ଼ କରିବା ପାଇଁ ଅପରେସନ ସିନ୍ଦୂର କରାଯାଇଥିଲା ।
ଭାରତୀୟ ବାୟୁସେନା ପକ୍ଷରୁ ରାଫେଲ ଓ ସୁଖୋଇ-୩୦ ଏମକେ ଯୁଦ୍ଧବିମାନ ଦ୍ୱାରା ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ କରାଯାଇଥିଲା ।
ଏଥିରେ ପାକିସ୍ତାନ ବାୟୁସେନାର ଅଧିକାଂଶ ବିମାନବନ୍ଦର କ୍ଷତିଗ୍ରସ୍ତ ହୋଇଥିଲା ଓ ଶତାଧିକ ଆତଙ୍କବାଦୀ ପ୍ରାଣ ହରାଇଥିଲେ ।
ଏବେ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ।
ସେ ତାଙ୍କ ପ୍ରତିକି୍ରୟାରେ କହିଛନ୍ତି ଯେ, ଅପରେସନ ସିନ୍ଦୁର ୨.୦ ପାଇଁ ଆମେ ପ୍ରସ୍ତୁତ ।
ଏବେ ମଧ୍ୟ ଅପରେସନ ସିନ୍ଦୂର ଜାରି ରହିଛି; କେବଳ ଅସ୍ଥାୟୀ ଭାବେ ବନ୍ଦ ଅଛି ବୋଲି ଜେନେରାଲ ଦ୍ୱିବେଦୀ କହିଛନ୍ତି ।
ତେବେ ଯଦି ପୁଣି ଥରେ ଅପରେସନ ସିନ୍ଦୂର ୨.୦ କରାଯାଏ ତା’ହେଲେ ଏଥିପାଇଁ ୩ ସେନା ପ୍ରସ୍ତୁତ ରହିଛନ୍ତି ବୋଲି ସେନାମୁଖ୍ୟ କହିଛନ୍ତି ।
ଏଥିସହ ପରବର୍ତୀ ଯୁଦ୍ଧ ପାଇଁ ନିଜକୁ ସଜ୍ଜିତ କରିରଖିଛୁ ଓ ସୁରକ୍ଷାକୁ ନେଇ ସତର୍କ ଅଛୁ ବୋଲି ସେ କହିଛନ୍ତି ।
ସେହିପରି ଏବେ ପ୍ରତ୍ୟେକ ଯବାନ ଡ୍ରୋନ ଉଡ଼ାଇବେ ଶିଖିବେ ବୋଲି କହିଛନ୍ତି ।
ସେମାନେ ଟ୍ରେନିଂରେ ୪ରୁ ୫ ବଡ଼ ଶକ୍ତିଶାଳୀ ଡ୍ରୋନ ଉଡ଼ାଇବା ଶିଖିବେ ।
କାରଣ ଆଗାମୀ ଦିନରେ ଯୁଦ୍ଧଭୂମିରେ ଡ୍ରୋନ ନିର୍ଣ୍ଣାୟକ ଭୂମିକା ରହିବ ।