ବିଶ୍ୱ ପାଣିପାଗ ସଂଗଠନର ଚେତାବନୀ
ଲମ୍ବା ସମୟ ଧରି ରହିବ ହିଟ ୱେଭ
ପ୍ରଶାନ୍ତ ମହାସାଗରରେ ଏଲ ନିନୋ ସ୍ଥିତି ଦେଖାଦେଇଛି । ଏହା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁକୁ ମଧ୍ୟ ପ୍ରଭାବିତ କରିପାରେ ।
ଫଳରେ ଚଳିତ ବର୍ଷ କଲବଲ କରିବ ତାତି । ଲମ୍ବା ସମୟ ପର୍ଯ୍ୟନ୍ତ ରହିବ ହିଟ ୱେଭ ରହିବ ବୋଲି ଚେତାବନୀ ଦେଇଛି ବିଶ୍ୱ ପାଣିପାଗ ସଂଗଠନ ।
ଆଇଏମଡି ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ମୌସୁମୀ ର ପୂର୍ବାନୁମାନ କରାଯାଇଛି ।
ତଦନୁଯାୟୀ ଚଳିତ ବର୍ଷ ମୌସୁମୀରେ ବର୍ଷାର ପରିମାଣ ପୂର୍ବ ବର୍ଷ ଅପେକ୍ଷା କମ ରହିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ।
ଫଳରେ ଭୟଙ୍କର ତାତିରେ ସାରା ବିଶ୍ୱବାସୀ ସିଝିବେ ।
ଏହି କ୍ରମରେ ଆମ ଭାରତରେ ମଧ୍ୟ ସ୍ୱାଭାବିକ ଠାରୁ ୧୦ ପ୍ରତିଶତ କମ୍ ଅର୍ଥାତ୍ ୯୦ ପ୍ରତିଶତ ବର୍ଷା ହେବ ।
ଏପରିକି ଆଗାମୀ ୨୦୩୦ ମସିହା ପର୍ଯ୍ୟନ୍ତ ଏଭଳି ପ୍ରଚଣ୍ଡ ତାତି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ କହିଛି ।
କେବଳ ଉତର-ପୂର୍ବ ଭାରତକୁ ଛାଡ଼ିଦେଲେ ଦେଶର ଅନ୍ୟ ଅଂଚଳରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହେବ ।
ଅର୍ଥାତ ୯୪ ପ୍ରତିଶତ କମ ବର୍ଷା ହେବ ।
ତେବେ ଦକ୍ଷିଣ ଓ କେନ୍ଦ୍ରୀୟ ଓଡ଼ିଶାରେ ସ୍ୱାଭାବିକ ବର୍ଷା ପାଇଁ ଆକଳନ କରାଯାଇଛି ।
ସେହିପରି ଉତର ଓଡ଼ିଶାରେ ସାମାନ୍ୟ ଠାରୁ କମ ବର୍ଷା ହେବ ବୋଲି ଅନୁମାନ କରାଯାଉଛି । ଓଡ଼ିଶା ସମେତ କିଛି ରାଜ୍ୟରେ ଜୁନ ମାସରେ ବି ଗ୍ରୀଷ୍ମ ଲହରୀ ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ମଧ୍ୟ ସୂଚାଇ ଦେଇଛି ।