ଶୁଭେନ୍ଦୁଙ୍କ ମନ୍ତ୍ରିମଣ୍ଡଳରେ ୩୫ ନୂଆ ମନ୍ତ୍ରୀ
ପଶ୍ଚିମବଙ୍ଗରେ ଶୁଭେନ୍ଦୁ ଅଧିକାରୀଙ୍କ ମନ୍ତ୍ରିମଣ୍ଡଳର ପ୍ରଥମ ବିସ୍ତାର, ୩୫ଜଣ ନୂତନ ମନ୍ତ୍ରୀ ଶପଥ ନେଇଛନ୍ତି । ପଶ୍ଚିମବଙ୍ଗରେ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ ବିସ୍ତାର ହୋଇଛି । ଯେଉଁଥିରେ ୨୫ଜଣ ନୂତନ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଶୁଭେନ୍ୁଦ ଅଧିକାରୀ ନିଜେ ଜୁନ ୧ ତାରିଖରେ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଏକ ଟ୍ୱିଟ ମାଧ୍ୟମରେ କ୍ୟାବିନେଟ ବିସ୍ତାର ଘୋଷଣା କରିଥିଲେ, ଯେଉଁଥିରେ ଉଲ୍ଲେଖ କରାଯାଇଥିଲା ଯେ ଜୁନ ୧ ତାରିଖରେ ତାଙ୍କ ସରକାରରେ ୩୫ଜଣ ନୂତନ ମନ୍ତ୍ରୀ ଯୋଗ ଦେବେ । ରାଜ୍ୟପାଳ ଆର ଏନ ରବି ସକାଳ ୧୧ଟାରେ ନବାନ୍ନର ଲୋକଭବନରେ ନୂତନ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଯଦିଓ ନୂତନ ମନ୍ତ୍ରୀମାନଙ୍କର ଏକ ନିଶ୍ଚିତ ତାଲିକା ପ୍ରକାଶ କରାଯାଇ ନାହିଁ, ତଥାପି ମନ୍ତ୍ରୀ ପଦ ପାଇଁ କିଛି ପ୍ରମୁଖ ବ୍ୟକ୍ତିଙ୍କ ନାମ ଆଲୋଚନା ହେଉଛି ।
ଏଥିରେ ସ୍ୱପନ ଦାଶଗୁପ୍ତ, ଅର୍ଜୁନ ସିଂହ, ଶଙ୍କର ଘୋଷ, ଜଗନ୍ନାଥ ଚଟ୍ଟୋପାଧ୍ୟାୟ, ମନୋଜ ଓରାଓଁ, ତାପସ ରାୟ, ଦୁଧକୁମାର ମଣ୍ଡଳ, ସାରଦ୍ବତ ମୁଖୋପାଧ୍ୟାୟ ପ୍ରମୁଖ ଅନ୍ତର୍ଭୁକ୍ତ । ମହିଳା ବିଧାୟକମାନଙ୍କୁ ମନ୍ତ୍ରୀ ପଦ ଦିଆଯିବା ନେଇ ମଧ୍ୟ ଆଲୋଚନା ଜାରି ରହିଛି । ଯେଉଁଥିରେ ଅଭିନେତ୍ରୀ ରୂପା ଗାଙ୍ଗୁଲି ଏବଂ ଚନ୍ଦନା ବାଉରୀ ସାମିଲ ଅଛନ୍ତି ।
ଆଜି କ୍ୟାବିନେଟ ବିସ୍ତାର ପରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ କ୍ୟାବିନେଟରେ ମୋଟ ମନ୍ତ୍ରୀ ସଂଖ୍ୟା ୪୧ରେ ପହଂଚିବ ।