କଟକରେ ଭୟାବହ ଅଗ୍ନିକାଣ୍ଡ
କଟକ ପ୍ରେସ ଛକସ୍ଥିତ ମାଛ ମାର୍କେଟ ଓ ବ୍ୟାଙ୍କ ଅଫ ଇଣ୍ଡିଆରେ ଭୟାବହ ଅଗ୍ନିକାଣ୍ଡ ଘଟିଛି ।
ବର୍ତମାନ ସୁଦ୍ଧା ମାଛ ମାର୍କେଟରେ ନିଆଁ ସମ୍ପୂର୍ଣ୍ଣ ଭାବେ ଲିଭି ନାହିଁ । ଘଟଣାସ୍ଥଳରେ କଟକ ମହାନଗର ନିଗମର କମିସନର, କଟକ ମେୟର, ପୂର୍ବତନ ବିଧାୟକ ଡ. ପ୍ରଭାତ ରଞ୍ଜନ ବିଶ୍ୱାଳ ଓ ଜିଲାପାଳ ପହଂଚିଛନ୍ତି ।
ପ୍ରାୟ ପାଖାପାଖି ୧୫ରୁ ଊର୍ଦ୍ଧ୍ବ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରୁଛନ୍ତି ।
ଅନ୍ୟପଟେ ବ୍ୟାଙ୍କ ଅଫ ଇଣ୍ଡିଆ ସମେତ ମାଛ ମାର୍କେଟ ଓ ଅନ୍ୟ ଗୋଟିଏ ବଡ଼ ଗୋଦାମ ଗୃହ ନିଆଁ କବଳରେ ଆସି ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଛି ।