ବଢ଼ିଲା କମର୍ସିଆଲ ସିଲିଣ୍ଡର ମୂଲ୍ୟ
ପୁଣି ବଢ଼ିଲା ଗ୍ୟାସ ସିଲିଣ୍ଡର ମୂଲ୍ୟ । ଦିଲ୍ଲୀରେ ଏକ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୪୨ ଟଙ୍କା ବୃଦ୍ଧି ପାଇଛି ।
ଆଜିଠାରୁ ଦିଲ୍ଲୀରେ ଏକ ବାଣିଜ୍ୟିକ ସିଲିଣ୍ଡର ୩୦୭୧.୫୦ ପରିବର୍ତେ ୩୧୧୩.୫୦ରେ ଉପଲବ୍ଧ ହେବ । ଉଲ୍ଲେଖଯୋଗ୍ୟ ଯେ ଫେବୃଆରୀ ୨୮ ତାରିଖରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଦେଶରେ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୧୩୭୩ଟଙ୍କା ବୃଦ୍ଧି ପାଇଛି, ଯେଉଁଥିରେ ଗତ ମାସରେ ୯୯୩ର ସବାଧିକ ବୃଦ୍ଧି ଅନ୍ତର୍ଭୁକ୍ତ ।
ଉଲ୍ଲେଖଯୋଗ୍ୟ ଯେ କଲକାତାରେ ଏକ ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟ ୫୩ଟଙ୍କା ବୃଦ୍ଧି ପାଇ ୩୨୫୫.୫୦ଟଙ୍କା ହୋଇଛି । ଆଜିଠାରୁ ବେଙ୍ଗାଲୁରୁରେ ଏକ ବାଣିଜ୍ୟିିକ ସିଲିଣ୍ଡର ମୂଲ୍ୟ ୩୧୯୮ଟଙ୍କାରେ ବିକ୍ରି ହେବ ବୋଲି ଜଣାପଡ଼ିଛି । ଏହାମୁମ୍ବାଇରେ ୩୦୬୭.୫୦ ଟଙ୍କା ହୋଇଥିବାବେଳେ ଚେନ୍ନାରେ ତାହା ୩୨୮୩ଟଙ୍କାରେ ବିକ୍ରି ହେବ ବୋଲି ଜଣାପଡ଼ିଛି ।
ସେହିପରି ଅହମ୍ମଦାବାଦରେ ୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡର ୩୧୩୫ଟଙ୍କା ହୋଇଛି । ଉଲ୍ଲେଖଯୋଗ୍ୟ ଯେ ତେଲ କମ୍ପାନୀଗୁଡ଼ିକ ଘରୋଇ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତନ କରିନାହାଁନ୍ତି । ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡର ଏବେ ବି ଦିଲ୍ଲୀରେ ୯୧୩ଟଙ୍କା, ଜୟପୁରରେ ୯୧୬.୫୦ଟଙ୍କା, ଅହମ୍ମଦାବାଦରେ ୯୨୦ଟଙ୍କାରେ ଉପଲବ୍ଧ ହେଉଛି ।
ସୂଚନାଯୋଗ୍ୟ ଯେ ଫେବୃୟାରୀ ୨୮ତାରିଖରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହେବା ପରଠୁ ଦେଶରେ ଘରୋଇ ସିଲିଣ୍ଡର ମୂଲ୍ୟ ୬୦ଟଙ୍କା ବୃଦ୍ଧି ପାଇଛି ।