ରାଜଧାନୀ ଅଶାନ୍ତ, ବୁଲିଲା ଖଣ୍ଡା
ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ପୁଣି ଅଶାନ୍ତ ହୋଇଉଠିଥିବା ପରିଲକ୍ଷିତ ହୋଇଛି ।
ଜଣାପଡ଼ିଛି ଯେ ସାମାନ୍ୟ ବଚସାରୁ ଗଣ୍ଡଗୋଳ ଆରମ୍ଭ ହୋଇଛି, ଯାହାଦ୍ୱାରା ଖୋଦ ରାଜରାସ୍ତାରେ କିଛି ଯୁବକ ଖଣ୍ଡା ଧରି ଆକ୍ରମଣ କରିଥିଲେ ।
ଦୁର୍ବୃତଙ୍କ ଆକ୍ରମଣରେ ଜଣେ ଯୁବକ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି । ଭୁବନେଶ୍ୱର ଭରତପୁର ଥାନା ଅଂଚଳ ତାରିଣୀ ବସ୍ତିରେ ସଂଘବଦ୍ଦ ହୋଇ କିଛି ଦୁର୍ବୃତ ଜଣେ ଯୁବକଙ୍କୁ ଆକ୍ରମଣ କରିଥିଲେ । ଖଣ୍ଡା ଆକ୍ରମଣରେ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇପଡ଼ିବାରୁ ତାଙ୍କୁ ସ୍ଥାନୀୟ ହାସପାତାଳରେ ଭର୍ତି କରାଯାଇଛି ।
ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।