ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତି ଉତ୍ସବ ଯୋଗ ଦେବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ ୨୦ତାରିଖରେ ମୟୁରଭଞ୍ଜ ିଲାର ରାଇରଙ୍ଗପୁରରେ ଓଡ଼ିଶା ସରକାରଙ୍କ ଦୁଇବର୍ଷ ପୂରଣ ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡ଼ିଛି ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ) ସୂତ୍ରରୁ ମଙ୍ଗଳବାର କୁହାଯାଇଛି ଯେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଉଭୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । କାର୍ଯ୍ୟକ୍ରମର ପ୍ରସ୍ତୁତି ପାଇଁ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ କାର୍ଯ୍ୟକ୍ରମର ସୁଗମ ପରିଚାଳନା ପାଇଁ ବ୍ୟବସ୍ଥା ସମୀକ୍ଷା କରାଯାଇଥିଲା, ଯେଉଁଥିରେ ବହୁ ସଂଖ୍ୟକ ଲୋକଙ୍କ ଉପସ୍ଥିତି ରହିବ ବୋଲି ଆଶା କରାଯାଉଛି ।
ସୁରକ୍ଷା ଜନସାଧାରଣଙ୍କ ସୁବିଧା ଏବଂ ପାର୍କିଂ ସୁବିଧା ପାଇଁ ବ୍ୟାପକ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି । କାର୍ଯ୍ୟକ୍ରମର ଉପରେ ଗୁରୁତ୍ୱାରୋପ କରି ସେ ଅଧିକାରୀମାନଙ୍କୁ ନିର୍ଦୋଷ ସମନ୍ୱୟ ସୁନିଶ୍ଚିତ କରିବାକୁ ଏବଂ ସମସ୍ତ ଲଜିଷ୍ଟିକ ଏବଂ ପ୍ରଶାସନିକ ଆବଶ୍ୟକତା ପ୍ରତି ବିଶେଷ ଧ୍ୟାନ ଦେବାକୁ କହିଛନ୍ତି ।
ବୈଠକରେ ଆହୁରି ସୂଚନା ଦିଆଯାଇଛି ଯେ ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଏବଂ ପ୍ରଦାନମନ୍ତ୍ରୀଙ୍କଦ୍ୱାରା ଓଡ଼ିଶାର ବିକାଶ ସହିତ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଉଦ୍ଘାଟନ ଏବଂ ଶିଳାନ୍ୟାସ ହେବାର କାର୍ଯ୍ୟକ୍ରମ ରହିଛି ।
ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ ଆୟୁକ୍ତ ଡିକେ ସିଂହ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ଶାଶ୍ୱତ ମିଶ୍ର ଏବଂ ନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।