ହାତୀକୁ ମୃତ୍ୟୁ ଦଣ୍ଡ
ନୃଶଂସ ପାଲଟିଲା ମଣିଷ
ସାମାନ୍ୟ ବଗିଚାରୁ ଆମ୍ବ ଖାଇଲା ବୋଲି ହାତୀକୁ ମୃତ୍ୟୁ ଦଣ୍ଡ ଦିଆଯାଇଛି ।
ଏଭଳି ଏକ ଅତି ଅଭାବନୀୟ ଘଟଣା ଅନୁଗୋଳରେ ଘଟିଛି ।
ବଗିଚାରୁ ଆମ୍ବ ଖାଇଲ ବୋଲି ଅନୁଗୋଳସ୍ଥିତ ଏକ ଫାର୍ମହାଉସର ମାଲିକ ପ୍ରମୋଦ କୁମାର ରାଜ ଗୋଟିଏ ହାତୀକୁ କରେଂଟ ଦେଇ ମାରି ଦେଇଛନ୍ତି ।
ହାତୀକୁ ମାରିସାରିବା ପରେ ନିଜର ପାପ ଲୁଚାଇବା ପାଇଁ ଫାର୍ମ ହାଉସରେ ଗାତ ଖୋଳି ମୃତ ହାତୀକୁ ପୋତି ଦେଇଥିଲେ ।
ହେଲେ ସତ କେବେ ବି ଲୁଚି ରହେନା ନୀତିରେ ଏହି ଏହା ସାମ୍ନାକୁ ଆସିଛି ।
ଏହାକୁ ନେଇ ହି÷ନେ୍ଦାଳରେ ଚାଂଚଲ୍ୟ ସୃଷ୍ଟି ହୋଇଛି ।
ଏହି ଘଟଣାରେ ଫାର୍ମହାଉସ ମାଲିକ ସମେତ ୩ ଜଣଙ୍କୁ ପୁଲିସ ଅୃଟକ ରଖିଛି ।
ତେବେ ହାତୀକୁ ମାରିଥିବା ଫାର୍ମହାଉସ ମାଲିକ ପ୍ରମୋଦ ପୁଲିସ ଆଗରେ ମାନିଛନ୍ତି ।
ଏହା ଜାଣିବା ପରେ ବନ ବିଭାଗ ଘଟଣାସ୍ଥଳକୁ ଯାଇ ପୋତାଯାଇଥିବା ହାତୀର ମୃତଦେହକୁ ଜେସିବି ସହାୟତାରେ ଖୋଳି ବାହାର କରିଛି ।