ପୁଣି ବଢ଼ିଲା ବସ୍ ଭଡ଼ା
ମଧ୍ୟପ୍ରାଚ୍ୟରେ ଇରାନ ଓ ଆମେରିକା-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଯୋଗୁଁ ସାରା ବିଶ୍ୱରେ ତୈଳ ସଂକଟ ଦେଖାଦେଇଛି ।
ଏହାର ପ୍ରଭାବ ଭାରତ ଉପରେ ମଧ୍ୟ ପଡ଼ିଛି ।
ବିଶେଷ କରି ବର୍ତମାନ ଇରାନ ହର୍ମୁଜଷ୍ଟ୍ରେଟ ଦେଇ ଆସୁଥିବା ପଣ୍ୟବାହୀ ଜାହାଜଗୁଡ଼ିକ ଉପରେ ପଣ୍ୟକର ବଢ଼ାଇ ସାରିଥିବାରୁ ସାରା ବିଶ୍ୱରେ ଅଶୋଧିତ ତୈଳର ମୂଲ୍ୟ ଉପର ମୁହାଁ ହୋଇଛି ।
ଏଥିଯୋଗୁଁ ଭାରତରେ ମଧ୍ୟ ମାସକ ମଧ୍ୟରେ ୪ ଥର ପେଟ୍ରୋଲ ଓ ଡିଜେଲର ଦର ବଢ଼ିସାରିଛି ।
ଏହାକୁ ଦେଖି ସରକାର ବସ୍ ଭଡ଼ା ବୃଦ୍ଧି କରିଛନ୍ତି ।
ବର୍ଦ୍ଧିତ ଦର ଅନୁସାରେ ଏସି ଡିଲକ୍ସ ବସର ଭଡ଼ା କି.ମି. ପିଓା ୧୫୯ ପଇସାରୁ ୧୬୩ ପଇସା ବଢ଼ିଛି ।
ସେହିପରି ସୁପର ଡିଲକ୍ସ ଭଡ଼ା ୨୪୭ ପଇସାରୁ ୨୫୩ ପଇସାକୁ ବୃଦ୍ଧି ପାଇଛି ବୋଲି ଷ୍ଟେଟ ଟ୍ରାନ୍ସପୋର୍ଟ ଅଥରିଟି (ଏସଟିଏ) ପକ୍ଷରୁ ବିଧିବଦ୍ଧ ସୂଚନା ଜାରି ହୋଇଛି ।