ପରିଚୟପତ୍ର ଦେଖାଲଇଲେ ମିଳିବ ୫ କେଜିଆ ସିଲିଣ୍ଡର
ଦେଶରେ ରନ୍ଧନ ଗ୍ୟାସ ସିଲିଣ୍ଡରର ଅଭାବ ନାହିଁ
ମାତ୍ର ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଚାଲିଥିବା ମାସକ ଠାରୁ ଅଧିକ କାଳର ଯୁଦ୍ଧ ଯୋଗୁଁ ସମଗ୍ର ବିଶ୍ୱରେ ତୈଳ, ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସର ସଂକଟ ଜାରି ରହିଛି ।
ଏଥିରେ ଭାରତ ମଧ୍ୟ ପ୍ରଭାବିତ ହୋଇଛି । ଗ୍ୟାସ ସଂକଟ ଦେଖି ରାଜ୍ୟ ସରକାର କିଛି କଟକଣା ଜାରି କରିଛନ୍ତି ।
ତଦନୁଯାୟୀ ଜଣେ ଉପଭୋକ୍ତା ଗୋଟିଏ ରିଫିଲ ସିଲିଣ୍ଡର ବୁକିଂର ୨୫ ଦିନ ପରେ ଆଉ ଗୋଟିଏ ରିଫିଲ ସିଲିଣ୍ଡର ବୁକିଂ କରିପାରିବେ ।
ତେବେ ୫ କେଜିଆ ସିଲିଣ୍ଡର ବ୍ୟବହାର ଓ ରିଫିଲିଂ ଉପରେ ସରକାର କଟକଣା ଲଗାଇଥିଲେ ।
ଅନ୍ୟପଟେ ଗରିବ ଲୋକ, ବିଭିନ୍ନ ହଷ୍ଟେଲ ଓ ଘରେ ଭଡ଼ା ନେଇ ରହୁଥିବା ଜିଲା ତଥା ରାଜ୍ୟ ବାହାରର ଛାତ୍ରଛାତ୍ରୀ ଏଥିଯୋଗୁଁ ବହୁ ହଟହଟା ହେବା ନେଇ ଅଭିଯୋଗ ହେବାରୁ ପୁଣି ଥରେ ରାଜ୍ୟ ସରକାର ଏହା ଗୁରୁତର ସହ ନେଇ ପରିଚୟପତ୍ର ଦେଖାଇଲେ ୫ କେଜିଆ ରନ୍ଧନ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯିବ ବୋଲି ଯୋଗାଣ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।