ପୁରୀ ବସଷ୍ଟାଣ୍ଡରେ ଜଳିଗଲା ବସ୍
ପୁରୀ ବସ୍ ଷ୍ଟାଣ୍ଡରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ବସ୍ଷ୍ଟାଣ୍ଡରେ ଏକ ବସ୍ରେ ହଠାତ୍ ନିଆଁ ଲାଗିଯିବାଦ୍ୱାରା ସାଧାରଣ ଯାତ୍ରୀ ଭୟଭୀତ ହୋଇପଡ଼ିଛନ୍ତି ।
ସୂଚନା ମିଳିବା ପରେ ପୁରୀ ଅଗ୍ନିଶମ ଓ ଶ୍ରୀଜଗନ୍ନାଥ ଅଗ୍ନିଶମ କେନ୍ଦ୍ରର ୪ଟି ଗାଡ଼ି ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ । ସୌଭାଗ୍ୟବଶତଃ ଅଗ୍ନିକାଣ୍ଡରେ କାହାର କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ଗତକାଲି ରାତିରେ ପୁରୀ ବସଷ୍ଟାଣଡରେ ଛିଡ଼ା ହୋଇଥିବା ଏକ ଘରୋଇ ବସ୍ରେ ନିଆଁ ଲାଗିଯାଇଥିଲା । ବର୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ ।
ପୁଲିସ ଓ ଅଗ୍ନିଶମ କର୍ମୀଙ୍କ ଅନୁମାନ ସମ୍ଭବତଃ ବ୍ୟାଟେରୀ କିମ୍ବା ପ୍ରଚଣ୍ଡ ଗରମ ରହିବା କାରଣରୁ ଏଭଳି ଘଟିଥାଇପାରେ, ତେବେ ତଦନ୍ତ ଜାରି ରହିଛି ।
ଅଗ୍ନିକାଣ୍ଡ ନିକଟରେ ଅନ୍ୟ ବହୁ ବସ୍ ଛିଡ଼ା ହୋଇଥିଲେ ସୁଦ୍ଧା ଅଗ୍ନିଶମ ବାହିନୀର ତତ୍ପରତା ଓ ସତର୍କତା ଯୋଗୁଁ ଅନ୍ୟ କୌଣସି ବସ୍ରେ ନିଆଁ ବ୍ୟାପିନାହିଁ ।
ପରେ ପୁଲିସ ନିଆଁ ଲାଗିଥିବା ବସ୍ଟିକୁ ସେଠାରୁ ଉଦ୍ଧାର କରିଥିବା ଜଣାପଡ଼ିଛି ।