ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି
ଏସସିବି ପ୍ରସଙ୍ଗ : ୧୨.୩୦ ପର୍ଯ୍ୟନ୍ତ ଗୃହ ମଲତବୀ
ସୋମବାର ରାଜ୍ୟ ବିଧାନସଭାରେ ପୁଣି ଅଚଳାବସ୍ଥା ସୃଷ୍ଟି ହୋଇଥିବା ପରିଲକ୍ଷିତ ହୋଇଛି ।
ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀମାନେ ହଟ୍ଟଗୋଳ କରିଥିଲେ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀ ସଦସ୍ୟମାନେ ନାରାବାଜି କରିଥିଲେ, ଯାହାକୁ ନେଇ ବାଚସ୍ପତି ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବି କରିଥିଲେ ।
ପରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଏସସିବି ଅଗ୍ନିକାଣ୍ଡକୁ ନେଇ କଂଗ୍ରେସ-ବିଜେଡି ବିଧାୟକମାନେ ହୋହଲ୍ଲା କରିବାଦ୍ୱାରା ପୁନର୍ବାର ବାଚସ୍ପତି ଗୃହକୁ ୧୨ଟା ୩୦ମିନିଟ୍ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିବା ସହ ସର୍ବଦଳୀୟ ବୈଠକ ଡାକିଛନ୍ତି ।
ଏସସିବି ମେଡ଼ିକାଲ ଅଗ୍ନିକାଣ୍ଡ ଘଟଣାକୁ ନେଇ ୧୭ତାରିଖରୁ ଲଗାତର ଭାବେ ବିରୋଧୀ ସଦସ୍ୟମାନେ ଗୃହରେ ହଟ୍ଟଗୋଳ କରୁଥିବା ଆଲୋଚନା ହେଉଛି ।