ପରଦାରେ ଭିନ୍ନ ସ୍ୱାଦର ଓଡ଼ିଆ ଚଳଚ୍ଚିତ୍ର ‘ମନ୍ତ୍ରମୁଗ୍ଧ’
ରାଜ୍ୟର ବିଭିନ୍ନ ପ୍ରେକ୍ଷାଳୟରେ ରିଲିଜ ହୋଇଛି ଭିନ୍ନ ସ୍ୱାଦର ଓଡ଼ିଆ ଚଳଚ୍ଚିତ୍ର ‘ମନ୍ତ୍ରମୁଗ୍ଧ’ ।
ଗଞ୍ଜାମରେ ସୁଟିଂ ହୋଇଥିବା ହରର ଓ କମେଡିରେ ଭରପୁର ଓଡ଼ିଆ ଚଳଚ୍ଚିତ୍ର ‘ମନ୍ତ୍ରମୁଗ୍ଧ’ ଆଜି ରାଜ୍ୟର ବିଭିନ୍ନ ପ୍ରେକ୍ଷାଳୟରେ ରିଲିଜ ହୋଇଛି ।
ଅମୀୟ ପଟ୍ଟନାୟକ ପ୍ରଡକ୍ସନରେ ପ୍ରସ୍ତୁତ ଏହି ଚଳଚ୍ଚିତ୍ରରେ ମଲ୍ଟିଷ୍ଟାର କାଷ୍ଟ ଅଛନ୍ତି ।
ନିର୍ଦେଶକ ଅନୁପମ ପଟ୍ଟନାୟକଙ୍କ ନିର୍ଦେଶନାରେ ପ୍ରସ୍ତୁତ ଏହି ଫିଲ୍ମରେ ସନୋଜ, ମନ୍ମୟଙ୍କ ନାୟକ ଓ ନାୟିକା ଭାବେ ଭୂମିକା ଓ ଅନ୍ୟମାନେ ଅଭିନୟ କରିଛନ୍ତି ।
ପ୍ରଥମ ଥର ପାଇଁ ଉନ୍ନତମାନର ଭିଏଚଏଫ୍ ଓ ଗ୍ରାଫିକ୍ସରେ ଟେକନିକରେ ପ୍ରସ୍ତୁତ ଏହି ଫିଲ୍ମରେ ଦର୍ଶକ ଉଭୟ କମେଡି ଓ ହରର ର ତଡ଼କା ଦେଖିବାକୁ ପାଇବେ ।