ନୂଆ ରୂପରେ ଆସିବ ମେଟ୍ରୋ : ମନ୍ତ୍ରୀ
ରାଜ୍ୟରେ ନୂଆ ରୂପରେ ଆସିବ ମେଟ୍ରୋ । ମେଟ୍ରୋ ପାଇଁ ବିକଳ୍ପ ରାସ୍ତା ଓ କେନ୍ଦ୍ରର ସହାୟତା ଆବଶ୍ୟକ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ।
ଆମେ ମେଟ୍ରା ବିରୋଧରେ ନାହୁଁ । ସରକାର ମଧ୍ୟ ମେଟ୍ରୋ କରିବାକୁ ଚାହୁଁଛନ୍ତି । ପୁରୀ, ଭୁବନେଶ୍ୱର ଓ କଟକକୁ ନେଇ ମେଟ୍ରୋ ପରିକଳ୍ପନା କରିଛୁ । ଏହାଦ୍ୱାରା ରାଜ୍ୟର ସାମଗ୍ରିକ ଅର୍ଥନୈତିକ ଅଭିବୃଦ୍ଧି ଘଟିବ ।
ତେବେ ଏଥିପାଇଁ ସ୍ୱତନ୍ତ୍ର ରାସ୍ତାର ବିକଳ୍ପ ନ କରି କାମ ଆରମ୍ଭ କରିଥିଲେ ଲୋକେ ଯାତାୟାତ କରିବାରେ ହନ୍ତସନ୍ତ ହୋଇଥାନ୍ତେ ।
ତେଣୁ ଆମେ ସାମୟିକ ଭାବେ ଏହି କାମକୁ ସ୍ଥଗିତ ରଖିଛୁ; କିନ୍ତୁ ଆଗକୁ କଟକ, ଭୁବନେଶ୍ୱର ଓ ପୁରୀ ଏହି ୩ ସହରକୁ ନେଇ ମେଟ୍ରୋ ସେବା ଆରମ୍ଭ କରାଯିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ ଡ. ମହାପାତ୍ର କହିଛନ୍ତି ।