ବ୍ରେକ ଫେଲ; ଦୋକାନକୁ ମାଡ଼ିଗଲା କ୍ରେନ
ମୁନିଗୁଡ଼ା ତିନିକୋଣିଆ ଛକ ନିକଟରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ଏକ କ୍ରେନର ବ୍ରେକ ଫେଲ ହେବାରୁ ଏହା ଏକ ଦୋକାନ ଉପରକୁ ମାଡ଼ିଯାଇଛି ।
ଏହା ରାସ୍ତା ଉପରେ ଠିଆ ହୋଇଥିବାବେଳେ ହଠାତ ଏହାର ବ୍ରେକ ଫେଲ ହୋଇଯିବାରୁ ଏହା ନିୟନ୍ତ୍ରଣ ହରାଇ ଏକ ଦୋକାନ ଭିତରକୁ ପଶିଯାଇଥିଲା । ତେବେ ଏହି ସମୟରେ ସେହି ଦୋକାନରେ ଉପସ୍ଥିତ ଥିବା ଦୋକାନୀ ଓ ଲୋକେ କୌଣସିମତେ ବର୍ତିଯାଇଛନ୍ତି ।
ଖବରପାଇ ମୁନିଗୁଡ଼ା ପୁଲିସ ଘଟଣାସ୍ଥଳରେ ପହଂଚି କ୍ରେନ ଚାଳକଙ୍କୁ ଅଟକ ରଖିବା ସହ ଏହାର ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଏହି କ୍ରେନଟି ହଠାତ ପଛକୁ ଗଡ଼ିବା ଆରମ୍ଭ କରିଦେଇଥିଲା । ଏହି ସମୟରେ ଏହା ନିୟନ୍ତ୍ରଣ ହରାଇ ଏକ ଦୋକାନ ଉପରକୁ ଚଢ଼ିଯାଇଥିଲା ।
ତେବେ ଏହି ଦୁର୍ଘଟଣାରେ କେହି ହତାହତ ହୋଇନଥିବାବେଳେ ଚାଳକ ଜଣକ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ଏହାକୁ ରୋକିଥିଲେ । ଖବରପାଇ ପୁଲିସ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣାକାରୀ କ୍ରେନକୁ ଉଦ୍ଧାର କରି ଥାନାରେ ଏହାର ଚାଳକକୁ ଅଟକ ରଖି ପଚରାଉଚୁରା ଜାରି ରଖିଛି ।