ଫାଟିଲା ପାଇପ, ରାସ୍ତାରେ ପାଉଁଶ ପାଣି
ପୁଣି ଫାଟିଲା ପାଉଁଶ ପାଣି ପାଇପ ।
ଅନୁଗୋଳର କଣିହାଁ ଡେରେଙ୍ଗ ରାସ୍ତା କଡ଼ରେ ପାଇପ ଫାଟିବାରୁ ପାଉଁଶ ପାଣି ନିର୍ଗତ ହୋଇଛି ।
ଫଳରେ ଯାତାୟାତ ଠପ ହୋଇଛି ।
ଏନେଇ ଅଂଚଳବାସୀ ଖବର ଦେବା ପରେ କମ୍ପାନୀ କର୍ତୃପକ୍ଷ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଁଚି ସ୍ଥିତି ଅନୁ୍ଧ୍ୟାନ କରିଛନ୍ତି ।
ତେବେ ଏଥିଯୋଗୁଁ କୌଣସି ଧନଜୀବନ ହାନି ହୋଇନଥିଲେ ମଧ୍ୟ ଆଖପାଖରେ ଥବା ଗଛଲଟା ଓ ଫସଲ ଜମି ବିଶେଷ ଭାବେ ପ୍ରଭାବିତ ହୋଇଛି ବୋଲି
ଅଂଚଳବାସୀ ଅଭିଯୋଗ କରିବା ସହ ଏହାର ସ୍ଥାୟୀ ପ୍ରତିକାର କରିବାକୁ ଦାବି କରିଛନ୍ତି ।