ପ୍ରଶାନ୍ତ ସୀତାରାମ ନୂଆ ସିବିଏସଇ ମୁଖ୍ୟ
ସିବିଏସଇ ପକ୍ଷରୁ ଅନ୍ଲାଇନ୍ ପରୀକ୍ଷା ଖାତା ମୂଲ୍ୟାୟନରେ ବ୍ୟାପକ ତ୍ରୁଟି ଥିବା ଦର୍ଶାଇ ପରୀକ୍ଷାର୍ଥୀମାନେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ଦିଲ୍ଲୀ ହାଇକୋର୍ଟ ଏ ସଂକ୍ରାନ୍ତୀୟ ମାମଲାର ଶୁଣାଣି କରି ସିବିଏସଇ କର୍ତୃପକ୍ଷଙ୍କୁ ଜବାବ ତଲବ କରିଛନ୍ତି ।
ତେବେ ଇତିମଧ୍ୟରେ ଏହି ଘଟଣାକୁ ନେଇ ସିବିଏସଇର ଅଧ୍ୟକ୍ଷଙ୍କୁ ବଦଳାଯାଇଛି ।
ଏବେ ରାହୁଲ ସିଂଙ୍କ ସ୍ଥାନରେ ଲୋଖାଣ୍ଡେ ପ୍ରଶାନ୍ତ ସୀତାରାମ ସିବିଏସଇ ନୂତନ ଅଧ୍ୟକ୍ଷ ଭାବେ କେନ୍ଦ୍ର ସରକାର ନିଯୁକ୍ତ ହୋଇଛନ୍ତି ।
୨୦୦୧ ବ୍ୟାଚର ବରିଷ୍ଠ ଆଇଏଏସ ଅଧିକାରୀ ହେଉଛନ୍ତି ପ୍ରଶାନ୍ତ ସୀତାରାମ ।
ସେହିଭଳି ଆଇଏଏସ ବରୁଣ ଭରଦ୍ୱାଜଙ୍କୁ ସିବିଏସଇ ସଚିବ ଦାୟିତ୍ୱ ଦିଆଯାଇଛି ।
ପୂର୍ବତନ ସିବିଏସଇ ମୁଖ୍ୟ ରାହୁଲ ସିଂଙ୍କ ବଦଳି ପରେ ପ୍ରଶାନ୍ତ ସୀତାରାମଙ୍କୁ କେନ୍ଦ୍ର ସରକାର ମୁଖ୍ୟ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି ।