ଏଲନିନୋ ପ୍ରଭାବରେ କମ ବର୍ଷା !
ଚଳିତ ବର୍ଷ ହେବନି ଆଶାନୁରୂପ ବର୍ଷା । ଏହାର କାରଣ ହେଉଛି ଏଲ୍ ନିନୋର ପ୍ରଭାବ ।
ଏହା ମୌସୁମୀ ବର୍ଷାକୁ ପ୍ରଭାବିତ କରିବ । ଏଥିଯୋଗୁଁ କମ ବର୍ଷିକ ଓ ଅଧିକ ଗରମ ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଦେଇଛି ।
ଏହି ଏଲ୍ନିନୋ ଯୋଗୁଁ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ରରେ ଏବେ ହିଟ୍ୱେଭ ଜାରି ରହିଛି ।
ଏଣୁ ମୌସୁମି ବର୍ଷା ସମୟରେ ଏଲ-ନିନୋ ସ୍ଥିତି ସମ୍ଭାବନା ରହିଛି ।
ଆସନ୍ତା ସେପ୍ଟେମ୍ବର ମାସରେ ଏଲ୍-ନିନୋର ପ୍ରଭାବ ଅଧିକ ରହିବ ବୋଲ ଆଇଏମଡି ସତର୍କ କରାଇଛି ।
ତେବେ ଜୁନ ମାସରେ ସବୁଠାରୁ ଅଧିକ ହିଟ୍ୱେଭ ଦିନ ଦେଖିବାକୁ ମିଳିପାରେ ବୋଲି ଆଇଏମଡି କହିଛି ।
ଏଥିଯୋଗୁଁ ଜୁନରୁ ସେପ୍ଟେମ୍ବର ମଧ୍ୟରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହେବ ବୋଲି ଆଶଙ୍କା କରିଛି ।
ବିଶେଷ କରି ଜୁନରେ ସ୍ୱାଭାବିକ ଠାରୁ କମ ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି ।