ଜଳିଗଲା ସ୍କୁଟର ଓ ସ୍କର୍ପିଓ
ଓଡ଼ିଶା ହାଇକୋର୍ଟ ସମ୍ମୁଖରେ ଏକାଧିକ ଗାଡ଼ିରେ ଅଚାନକ ନିଆଁ ଲାଗିବା କାରଣରୁ ସମଗ୍ର ଅଂଚଳ ଆତଙ୍କମୟ ହୋଇଉଠିଥିଲା ।
ଦେଖାଯାଇଥିଲା ଯେ ଦୁଇଟି ସ୍କୁଟର, ଗୋଟିଏ ସ୍କର୍ପିଓ ସହ ଏକ ଇଭି ଗାଡିରେ ଅଚାନକ ନିଆଁ ଲାଗିଯାଇଥିଲା । ମଙ୍ଗଳବାର ସକାଳେ ହାଇକୋର୍ଟ ସମ୍ମୁଖରେ ଏଭଳି ଏକ ଅଗ୍ନିକାଣ୍ଡ ସାଧାରଣଙ୍କୁ ଭୟଭୀତ କରି ପକାଇଥିଲା ।
ତେବେ କିଭଳି ଓ କେଉଁ ପରିସ୍ଥିତିରେ ଏଭଳି ଘଟିଲା ତାହା ଜଣା ପଡ଼ି ନଥିଲେ ସୁଦ୍ଧା ପୁଲିସ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି ।
ଘଟଣାସ୍ଥଳରେ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିଥିଲେ । ପୁଲିସ ପ୍ରଶାସନର ବିଶେଷ ପଦକ୍ଷେପ ଯୋଗୁଁ ପରିସ୍ଥିତି କିଛି ସମୟ ମଧ୍ୟରେ ସ୍ୱାଭାବିକ ହୋଇଥିଲା ।
ସାଧାରଣଙ୍କ ବକ୍ତବ୍ୟ ଯେ ଗାଡ଼ିଟି ଅତ୍ୟନ୍ତ ଗରମ କିମ୍ବା ଖରା କାରଣରୁ ହୁଏତ ସର୍ଟ ସର୍କିଟ୍ ହୋଇ ନିଆଁ ଲାଗିଯାଇଥିଲା, ଯାହାକି ନିକଟସ୍ଥ ଅନ୍ୟାନ୍ୟ ଗାଡ଼ିକୁ ବ୍ୟାପିଥିଲା ।