୪ ଜିଲା ସଭାପତିଙ୍କ ନାମ ଘୋଷଣା କଲା କଂଗ୍ରେସ
ବିଭିନ୍ନ ରାଜ୍ୟରେ କଂଗ୍ରେସ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବାବେଳେ ଓଡ଼ିଶା ପ୍ରବେଶ କଂଗ୍ରେସ କମିଟି ପକ୍ଷରୁ ମଙ୍ଗଳବାର ୪ଟି ଜିଲାର ଜିଲା ସଭାପତିଙ୍କ ନାମ ଘୋଷଣା କରିଛି ।
କମିଟି ପକ୍ଷରୁ ଯେଉଁ ଚାରିଜଣ ଜିଲା ସଭାପତିଙ୍କ ନାମ ଘୋଷଣା କରାଯାଇଛି, ସେମାନେ ହେଲେ
ଗଜପତି ଜିଲାରେ ଶଙ୍କର ପ୍ରଧାନ,
ପଶ୍ଚିମ ଗଞ୍ଜାମରେ ଦଣ୍ଡପାଣି ପାତ୍ର,
କଟକ ସହରର ସନ୍ତୟାନ ମିଶ୍ର,
ବୌଦ୍ଧର ଅବଦୁଲ କାଲିସ ଖାସ ।
ଦୀର୍ଘଦିନ ଧରି କଂଗ୍ରେସ ପକ୍ଷରୁ ରାଜ୍ୟରେ ଜିଲା ସଭାପତିଙ୍କ ନାମ ଘୋଷଣା ହୋଇ ନଥିଲା । ଏବେବି ଆହୁରି କେତେକ ଜିଲାରେ ଜିଲା ସଭାପତିଙ୍କ ନାମ ଘୋଷଣା ହୋଇ ନଥିବାରୁ ସେ ଆସନଗୁଡ଼ିକ ଖାଲି ପଡ଼ିଛି ।