ସୁସ୍ଥ ହୋଇ ଘରକୁ ଫେରିଲେ ସୋନିଆ
ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ହୋଇଛି । ପୂର୍ବାପେକ୍ଷା ସେ ସୁସ୍ଥ ଅଛନ୍ତି ।
ବରିଷ୍ଠ ଡାକ୍ତରୀ ଦଳର ଅନୁମୋଦନ ପାଇବା ପରେ ତାଙ୍କୁ ମଙ୍ଗଳବାର ହାସପାତାଳରୁ ଘରକୁ ପଠାଯାଇଛି । ରିପୋର୍ଟ ଅନୁସାରେ ଜଣାପଡ଼ିଛି ଯେ ସୋନିଆ ଗାନ୍ଧୀଙ୍କୁ ଜ୍ୱର ହେବାରୁ ମାର୍ଚ ୨୪ ରାତି୍ରରେ ସାର ଗଙ୍ଗାରାମ ହସ୍ପିଟାଲରେ ଭର୍ତି କରାଯାଇଥିଲା ।
ବରିଷ୍ଠ ଡାକ୍ତରୀ ଦଳର ତତ୍ୱାବଧାନରେ ତାଙ୍କର ଚିକିତ୍ସା ଚାଲିଛି । ଡକ୍ଟର ଅଜୟ ସ୍ୱରୂପ ଗଣମାଧ୍ୟମକୁ କହିଛନ୍ତି ଯେ ସୋନିଆ ଗାନ୍ଧୀଙ୍କ ଶରୀର ସଂକ୍ରମଣ ପାଇଁ ଆବଶ୍ୟକୀୟ ଔଷଧ ଦିଆଯାଇଥିଲା ।
ଡା. ଡି.ଏସ ରାଣା, ଡା. ଏସ. ନନ୍ଦୀ ଏବଂ ଡା. ଅରୂପ ବସୁଙ୍କ ତତ୍ୱାବଧାନରେ ତାଙ୍କର ଚିକିତ୍ସା ଜାରି ଥିଲା । କ୍ରମାଗତ ଭାବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହୋଇଛି ।
ତେଣୁ ମଙ୍ଗଳବାର ତାଙ୍କୁ ହାସପାତାଳରୁ ଛଡ଼ାଯାଇଛି ।
ଡିସଚାର୍ଜ ପରେ ମଧ୍ୟ ତାଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଜାରି ରହିବ ବୋଲି କୁହାଯାଇଛି ।