ଦିଲ୍ଲୀ ଅଗ୍ନିକାଣ୍ଡର ଛାତିଥରା ଖୁଲାସା
ରେଷ୍ଟୁରାଁ ମାଲିକ ଗିରଫ
ଗତ କାଲି ଦିଲ୍ଲୀର ମାଲବ୍ୟନଗରସ୍ଥିତ ଏକ ରେଷ୍ଟୁରାଁରେ ଅଗ୍ନିକାଣ୍ଡ ଘଟି ୨୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଏକାଧିକ ଗୁରୁତର ହୋଇ ଚିକିିତ୍ସିତ ହେଉଛନ୍ତି ।
ଏହି ଘଟଣାରେ ସମ୍ପୃକ୍ତ ରେଷ୍ଟୁରାଁଟି ଜଳିପୋଡ଼ି ଛାରଖାର ହୋଇଯାଇଛି ।
ତେବେ ଏହି ଅଗ୍ନିକାଣ୍ଡର କାରଣ ତଳେ ଥିବା ରେଷ୍ଟୁରାଁରେ ସର୍ଟସର୍କିଟ କୁହାଯାଉଥିବାବେଳେ ଏବେ ଅନ୍ୟ ବହୁତ କିଛି କଥା ସାମ୍ନାକୁ ଆସିଲାଣି ।
ଏହି ଘଟଣାରେ ରେଷ୍ଟୁରାଁର ମାଲିକ ଲୋକେଶ ବଜାଜଙ୍କୁ ପୁଲିସ ଗିରଫ କରିଛି । ସମ୍ପୃକ୍ତ ରେଷ୍ଟୁରାଁରେ ଅଗ୍ନି ନିରାପତା ନିୟମକୁ ଖୁଲମଖୁଲା ଉଲ୍ଲଂଘନ କରାଯାଇଥିବା ପୁଲିସ କହିଛି ।
ପୁନଶ୍ଚ ଉକ୍ତ ରେଷ୍ଟୁରାଁରେ ଅବୈଧ ନିର୍ମାଣ ମଧ୍ୟ ଏଥିପାଇଁ ଦାୟୀ ଥିବାବେଳେ ଏହାକୁ ଚଳାଇବା ପାଇଁ ସରକାରଙ୍କ ଠାରୁ ଆବଶ୍ୟକ ଅନୁମତିପତ୍ର ମଧ୍ୟ ନଥିବା ପୁଲିସ କହିଛି ।