ଭାରତୀୟ ନୌସେନାକୁ ବଡ଼ ବଳ
ଆଇଏନଏସ ଡୁନାଗିରି, ଆଇଏନଏସ ସଂଶୋଧକ ଓ ଆଇଏନଏସ ଆଗ୍ରେର ଜଳାବତରଣ
ଭାରତୀୟ ନୌସେନାକୁ ‘ଆତ୍ମନିର୍ଭର ଭାରତ’ ଯୋଜନା ଅନ୍ତର୍ଗତ ବଡ଼ ବଳ ମିଳିଛି । ଏକାସଙ୍ଗେ ନୌସେନାକୁ ମିଳିଛି ୩ ନୂଆ ଯୁଦ୍ଧ ଜାହାଜ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ‘ଆତ୍ମନିର୍ଭର ଭାରତ’ ଯୋଜନାରେ ଆଇଏନଏସ ଡୁନାଗିରି, ଆଇଏନଏସ ସଂଶୋଧକ ଏବଂ ଆଇଏନଏସ ଆଗ୍ରେ ନାମକ ୩ଟି ଯୁଦ୍ଧଜାହାଜକୁ ଲୋକାର୍ପଣ କରିଛନ୍ତି ।
ଫଳରେ ଭାରତୀୟ ନୌସେନାର ଶକ୍ତିବୃଦ୍ଧି ହୋଇଛି ।
ଆଇଏନଏସ ଡୁନାଗିରିରେ ଅତ୍ୟାଧୁନିକ ବ୍ରହ୍ମୋସ ମିସାଇଲ ମୁତୟନ କରାଯାଇଛି । ଆଇଏନଏସ ଦୁନାଗିରି ଏକ ଷ୍ଟେଲଥ ଯୁଦ୍ଧଜାହାଜ ଅଟେ । ଏଥିରେ ଉଭୟ ଭାରତ ନିର୍ମିତ ବ୍ରହ୍ମୋସ ଓ ଇସ୍ରାଏଲ ଠାରୁ ଅଣାଯାଇଥିବା ବାରାକ-୮ ମିସାଇଲ ଲାଗିଛି । ଯାହାକି ଶତ୍ରୁପକ୍ଷର ଯେ କୌଣସି ଆକ୍ରମଣକୁ ପ୍ରତିହତ କରିବା ସହ ପ୍ରତିଆକ୍ରମଣ କରିପାରିବ । ଏଥିସହ ଏଥିରେ ଏକେ-୬୩୦ କ୍ଲେ୍ାଜ ଇନ ୱେପନ ସିଷ୍ଟମ ଲଗାଯାଇଛି ଯାହା ଅତି ନିକଟରୁ ଶତ୍ରୁପକ୍ଷର ମିସାଇଲ ଓ ଡ୍ରୋନଗୁଡ଼ିକୁ ନଷ୍ଟ କରିଦେବ ।
ସେହିପରି ଭାରତର ବିଶାଳ ଜଳସୀମାକୁ ଜଗିବ ଆଇଏନଏସ୍ ସଂଶୋଧକ । ଏହା କୋଷ୍ଟାଲ ଅଂଚଳରେ ହେଉଥିବା ଚୋରି, ତସ୍କରି, ସ୍ମଗଲିଂ ଭଳି ଘଟଣା ଘଟାଉଥିବା ଅପରାଧୀଙ୍କ କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିବ । ଏଥିରେ ଅତ୍ୟାଧୁନିକ ସର୍ଭେ ସିଷ୍ଟମ ଲାଗିଛି ।
ସେହିଭଳି ଆଇଏନଏସ ଆଗ୍ରେ ହେଉଛି ୪ର୍ଥ ଶ୍ରେଣୀର ଅର୍ଣ୍ଣାଲା କ୍ଲାସ ଯୁଦ୍ଧ ଜାହାଜ । ଏଥିରେ ଶତ୍ରୁପକ୍ଷର ସବମେରିନ ଉପରେ ତୀକ୍ଷ୍ଣ ନଜର ସହ ଆକ୍ରମଣ କରିବାର ବ୍ୟବସ୍ଥା ରହିଛି । ଶତ୍ରୁକୁ କଡ଼ା ଜବାବ ଦେବା ପାଇଁ ଏଇ ଅତ୍ୟାଧୁନିକ ରକେଟ ସିଷ୍ଟମ ଲଗାଯାଇଛି ।