ପୁଣି ହର୍ମୁଜ ବନ୍ଦ କଲା ଇରାନ
ମଧ୍ୟପ୍ରାଚ୍ୟରେ ଥମୁନି ଉତେଜନା । ଗତ ଶୁକ୍ରବାର ଜେନେଭା ଠାରେ ଆମେରିକା ଓ ଇରାନ ମଧ୍ୟରେ ଶାନ୍ତିଚୁକ୍ତିନାମା ସ୍ୱାକ୍ଷର ହେବାର ୨୪ ଘଂଟା ନପୂରୁଣୁ ପୁଣି ଦେଖାଯାଇଛି ଉତେଜନା ।
ଗତ ଶୁକ୍ରବାର ଇସ୍ରାଏଲ ତରଫରୁ ଲେବାନାନ ଉପରେ କ୍ରମାଗତ ଆକ୍ରମଣ ଏହି ଶାନ୍ତି ଚୁକ୍ତିନାମା ଭଙ୍ଗ ହେବାର ମୁଖ୍ୟ କାରଣ ଅଟେ ।
ସୂଚନାଥାଉ କି, ଲେବାନାନ ଉପରେ ଗତ ଶୁକ୍ରବାର ଇସ୍ରାଏଲର ବାୟୁସେନା ଘନଘନ ଆକ୍ରମଣ କରିଥିଲା ।
ପୂର୍ବ ବେରୁଟରେ ଥିବା ହିଜବୋଲ୍ଲା ଆତଙ୍କୀ ସଂଗଠନ ଉପରେ କରାଯାଇଥିବା ଏହି ଆକ୍ରମଣରେ ପ୍ରାୟ ୫୦ ଜଣ ପ୍ରାଣ ହରାଇଥିବାବେଳେ ଶତାଧିକ ଗୁରୁତର ହୋଇଥିଲେ ।
ତେଣେ ହିଜବୋଲ୍ଲାର ଆକ୍ରମଣରେ ଇସ୍ରାଏଲ ଜଣେ ଲେଫନାଂଟ କର୍ଣ୍ଣେଲଙ୍କ ସମେତ ୩ ଜଣ ସୈନ୍ୟ ଏଭଳି ୪ ଜଣଙ୍କୁ ହରାଇଛି ।
ଏହି ସଂଘର୍ଷ ପରେ ଇରାନ ପକ୍ଷରୁ ଅନିର୍ଦିଷ୍ଟ କାଳ ପାଇଁ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦିଆଯାଇଥିବା ଇରାନର ମିଳିତ ସାମରିକ କମାଣ୍ଡ ଖାତାମ୍ ଅଲ୍-ଆନ୍ୱିୟା କେନ୍ଦ୍ରୀୟ ମୁଖ୍ୟାଳୟ ତରଫରୁ ଘୋଷଣା କରାଯାଇଛି ।