ପଞ୍ଜାବ ପୌର ନିର୍ବାଚନରେ ‘ଆପ’ ବିଜୟ
ପଞ୍ଜାବ ପୌର ନିର୍ବାଚନରେ ଶାସକ ‘ଆମ ଆଦମୀ ପାର୍ଟି’ (ଆପ) ବିପୁଳ ବିଜୟ ହାସଲ କରିଛି ।
ରାଜ୍ୟ ନିର୍ବାଚନ ଆୟୋଗଙ୍କ ରିପୋର୍ଟ ଅନୁଯାୟୀ ୮ଟି ପୌର ନିଗମ, ୭୫ଟି ମ୍ୟୁନିସିପାଲିଟି ଓ ୨୦ଟି ଏନଏସିର ମୋଟ ୧,୯୭୭ଟି ୱାର୍ଡରେ ଭୋଟ ଗ୍ରହଣ ହୋଇଥିଲା ।
ଏଥିରୁ ୯୫୪ଟି ୱାର୍ଡରେ ଆପ ବିଜୟୀ ହୋଇଛି । କଂଗ୍ରେସ ୩୯୦, ଶିରୋମଣି ଅକାଳୀ ଦଳ (ଏସଏଡି) ୧୯୧, ବିଜେପି ୧୭୦, ବିଏସପି ୭ଟି ଓ ସ୍ୱାଧୀନ ପ୍ରାର୍ଥୀ ୨୫୦ଟି ୱାର୍ଡରେ ବିଜୟୀ ହୋଇଛନ୍ତି ।
ମେ ୨୬ରେ ୩୮୩୩ଟି ବୁଥରେ ମତଦାନ ହୋଇଥିଲାବେଳେ ଶୁକ୍ରବାର ଏହାର ଫଳ ପ୍ରକାଶ ପାଇଛି ।