ରାଷ୍ଟ୍ରପତିଙ୍କ ଦ୍ୱାରା ଆଦି ପର୍ବ-୨୦୨୬ ଲୋକାର୍ପିତ
ନିର୍ମଳ ମୁଣ୍ଡାଙ୍କ ସଂଗ୍ରାମ ସବୁଦିନ ସ୍ମରଣୀୟ ରହିବ
ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ସୁନ୍ଦରଗଡ଼ରେ ଆଦି ପର୍ବ -୨୦୨୬ ଲୋକାର୍ପିତ ହୋଇଛି ।
ସୁନ୍ଦରଗଡ଼ର ସଂସ୍କୃତି, ପରମ୍ପରା ମହାନ ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି । ଆଦିବାସୀଙ୍କ ବିକାଶ ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି ।
ଏହି ମର୍ମରେ ଆଦିବାସୀ ଅଂଚଳରେ ଏକାଧିକ ଏକଲବ୍ୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରାଯାଉଛି ।
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନିର୍ମଳ ମୁଣ୍ଡାଙ୍କ ସଂଗ୍ରାମ ସବୁଦିନ ସ୍ମରଣୀୟ ହୋଇ ରହିବ ।
ପରିବେଶ ପଥକୁ ନିର୍ମଳ ମୁଣ୍ଡାଙ୍କ ନାଁରେ ନାମିତ କରିବା ମୋତେ ଖୁସି କରିଛି । ହକିରେ ସୁନ୍ଦରଗଡ଼ ସାରା ଦେଶରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ।
ଦିଲ୍ଳୀପ ତିର୍କୀ, ଲାଜରୁସ ବାର୍ଲାଙ୍କ ପରି ଖେଳାଳି ପାଇଁ ଆଜି ବି ସୁନ୍ଦରଗଡ଼ ଗୌରବାନ୍ୱିତ କରିଛି ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିବା ସହିତ ଜୟ ହିନ୍ଦ ଓ ଜୟ ଉକ୍ରଳ ଜନନୀ କହି ନିଜର ଅଭିଭାଷଣ ଶେଷ କରିଥିଲେ ।