ଷ୍ଟିଲ ସିଟିରେ ରାଷ୍ଟ୍ରପତି
ମଙ୍ଗଳବାର ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ତଥା ଦେଶର ଷ୍ଟିଲ ସିଟି ଭାବେ ପରିଗଣିତ ରାଉରକେଲା ଆସୁଛନ୍ତି ।
ତାଙ୍କୁ ସ୍ୱାଗତ କରିବା ପାଇଁ ଆଦିବାସୀ ପରମ୍ପରାରରେ ନୃତ୍ୟଗୀତର ବ୍ୟବସ୍ଥା ହୋଇଛି । ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିବାବେଳେ ଟ୍ରାଇବାଲ ମୁ୍ୟଜିୟମ ପର୍ଯ୍ୟନ୍ତ ‘ନୋ ଡ୍ରୋନ’ ଜୋନ କରାଯାଇଛି ।
ତେବେ ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମଙ୍ଗଳବାର ଆଦି ଝାରସୁୁଗୁଡ଼ା ବିମାନବନ୍ଦରରେରେ ଓହ୍ଲାଇଛନ୍ତି । ତାଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟପାଳ ଡ. କମ୍ବମପଟି ହରିବାବୁ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଅନେକ ନେତୃବର୍ଗ ଓ ପ୍ରଶାସନିକ ଅଧିକାରୀ ସେଠାରେ ଉପସ୍ଥିତ ଥିଲେ ।
ତାଙ୍କୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଝାରସୁଗୁଡ଼ା ବିମାନବନ୍ଦରରେ ସ୍ୱାଗତ କରିଛନ୍ତି । ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ରାଉରକେଲା ଯାଇଥିଲେ ।