ଜାପାନରେ ଭୂକମ୍ପ
୭.୪ ତୀବ୍ରତାରେ ଥରିଲା
ମଙ୍ଗଳବାର ଜାପାନରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି ।
ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୪ ଥିଲା ।
ଭୂକମ୍ପର କେନ୍ଦ୍ରସ୍ଥଳ ସାନରିକୁ ଉପକୂଳରୁ ପ୍ରାୟ ୧୦୦ କି.ମି. ଦୂରରେ ଥିଲା ।
ଭୂକମ୍ପର କେନ୍ଦ୍ର ଭୂପୃଷ୍ଠର ୧୦ କି.ମି. ଗଭୀରରେ ରହିଛି ।
ଏହି ଭୂମିକମ୍ପ ପରେ ଜାପାନରେ ହାଇଆଲର୍ଟ ଜାରି କରାଯାଇଛି ।
ବିଶେଷ କରି ଏହା ପରେ ସୁନାମୀ ଆସିପାରେ ବୋଲି ଜାପାନ ପାଣିପାଗ ସଂସ୍ଥା ସତର୍କ ସୂଚନା ଜାରି କରିଛି ।
୩ ମିଟର ଉଚ୍ଚର ସୁନାମୀ ଉଠିବା ଆଶଙ୍କା କରାଯାଇ ତଳିଆ ଅଂଚଳକୁ ଖାଲି କରିବାକୁ ଲୋକଙ୍କୁ ନିର୍ଦେଶ ଦିଆଯାଇଛି ।