ଗୁଜବରୁ ଦୁରେଇ ରହିବାକୁ ପରାମର୍ଶ
ଏଲପିଜି ବୁକିଂ ନିୟମ ନେଇ ସରକାରଙ୍କ ସ୍ପଷ୍ଟୀକରଣ
ମଧ୍ୟପ୍ରାଚ୍ୟ ଯୁଦ୍ଧ କ୍ରମଶଃ ଶୀଥିଳ ଆଡ଼କୁ ଅଗ୍ରସର ହେଉଥିଲେ ସୁଦ୍ଧା ଗ୍ୟାସ୍ ଯୋଗାଣ ନେଇ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାର ପ୍ରଚାର ଚାଲିଛି, ଯାହାକୁ ସରକାର ଗୁଜବ ବୋଲି ପରାମର୍ଶ ଦେଇଛନ୍ତି ।
କାରଣ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ହେଉଥିବା ଖବରକୁ ବୁଧବାର ସରକାର ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି । ବିଭିନ୍ନ ବର୍ଗର ହିତାଧିକାରୀଙ୍କ ପାଇଁ ଅଲଗା ଅଲଗା ସମୟସୀମା ଧାର୍ଯ୍ୟ କରାଯାଇଥିବା ଦାବିକୁ ମିଥ୍ୟା ବୋଲି ଦର୍ଶାଇଛନ୍ତି ।
ସରକାର ସ୍ପଷ୍ଟ କରିଛନ୍ତି ଯେ ପୂର୍ବରୁ ପ୍ରଚଳିତ ଥିବା ନିୟମ ହିଁ ବଳବତର ରହିବ । ଯେଉଁଥିରେ ଗ୍ରାମାଂଚଳ ପାଇଁ ୪୫ଦିନ ଓ ସହରାଂଚଳ ପାଇଁ ୨୫ଦିନ ବୁକିଂ ଅବଧି ଜାରି ରହିଛି । ଦେଶରେ ଗ୍ୟାସର ଅଭାବ ନାହିଁ, ତେଣୁ ସାଧାରଣ ଏଥି ନେଇ ଆତଙ୍କିତ ନ ହେବାକୁ ପରାମର୍ଶ ଦିଆଯାଇଛି ।
ମିଥ୍ୟା ସୂଚନା ଉପରେ ବିଶ୍ୱାସ ନ କରିବାକୁ ବିଭାଗ ପକ୍ଷରୁ ସତର୍କ କରାଯାଇଛି ।
ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ହିତାଧିକାରୀଙ୍କ ପାଇଁ କୌଣସି ସ୍ୱତନ୍ତ୍ର କଟକଣା ଲଗାଯାଇ ନାହିଁ ।
ନିୟମ ଅନୁସାରେ ଜଣେ ଗ୍ରାହକ ଶେଷ ଥର ସିଲିଣ୍ଡର ଗ୍ରହଣ କରିଥିବା ଦିନ ଅର୍ଥାତ୍ ତାରିଖରୁ ପରବର୍ତୀ ବୁକିଂ ପାଇଁ ଦିନ ଗଣନା କରାଯିବ ।
ଏହି ବ୍ୟବସ୍ଥା ସହରାଂଚଳରେ ୨୫ଦିନ ଏବଂ ଗ୍ରାମାଂଚଳରେ ୪୫ଦିନ ଧାର୍ଯ୍ୟ ହୋଇଛି । ସାଧାରଣ ଉପଭୋକ୍ତା ଯେପରି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ସରକାର ଯତ୍ନବାନ ରହିଛି ବୋଲି ଉଲ୍ଲେଖ କରାଯାଇଛି ।