ଦେଶରେ ପେଟ୍ରୋଲ, ଡିଜେଲ ଅଭାବ ନାହିଁ
ଆମର ପ୍ରତିବର୍ଷ ତୈଳ ଶୁଦ୍ଧିକରଣ କ୍ଷମତା ପ୍ରାୟ ୨୬ କୋଟି ଟନ ରହିଛି
ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ସାରା ବିଶ୍ୱରେ ଦେଖାଦେଇଛି ପେଟ୍ରୋଲ ଓ ଡିଜେଲର ସଂକଟ ।
ତେବେ ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ ବୋଲି ପେଟ୍ରୋଲିୟମ ମନ୍ତ୍ରଣାଳୟ ଯୁ୍ଗ୍ମ ସଚିବ ସ୍ପଷ୍ଟ କରିଛନ୍ତି । ଦେଶରେ ପର୍ଯ୍ୟାପ୍ତ ପରିମାଣରେ ଅଶୋଧିତ ତୈଳ ରହିଛି ।
ତୈଳ ରିଫାଇନାୀଗୁଡ଼ିକ ମଧ୍ୟ ସର୍ବୋତମ କ୍ଷମତାରେ ଚାଲୁଛି ।
ଆମର ପ୍ରତିବର୍ଷ ତୈଳ ଶୁଦ୍ଧିକରଣ କ୍ଷମତା ପ୍ରାୟ ୨୬ କୋଟି ଟନ ରହିଛି ।
କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଆହୁରି ସ୍ପଷ୍ଟ କରିଛି ଯେ ବର୍ତମାନ ଆମ ପାଖରେ ପର୍ଯ୍ୟାପ୍ତ ପରିମାଣରେ ରନ୍ଧନ ଏଲପିଜି ସିଲିଣ୍ଡର ରହିଛି ।
ସହରାଂଚଳରେ ୨୫ ଦିନ ବ୍ୟବଧାନରେ ଗ୍ୟାସ ସିଲିଣ୍ଡର ରିଫିଲ ବୁକିଂ କରାଯାଉଥିବାବେଳେ ଗ୍ରାମାଂଚଳରେ ୪୫ ଦିନ ବ୍ୟବଧାନରେ ରିଫିଲିଂ ପାଇଁ ଉପଭୋକ୍ତା ଗ୍ୟାସ ସିଲିଣ୍ଡର ବୁକିଂ କରୁଛନ୍ତି ।
ଏଣୁ କୌଣସି ଗୁଜବ କୁ ବିଶ୍ୱାସ କରନ୍ତୁ ନାହିଁ କିମ୍ବା ଗ୍ୟାସ ବୁକିଂ ପାଇଁ ଲମ୍ବା ଲାଇନରେ ଛିଡ଼ା ହୁଅନ୍ତୁ ନାହିଁ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଦେଶବାସୀଙ୍କୁ ଆଶ୍ୱସନା ଦେଇଛନ୍ତି ।