ଆଡମିଟ ପୂର୍ବରୁ ଆୟୁଷ୍ମାନ କାର୍ଡରେ ହେବ ସମସ୍ତ ପରୀକ୍ଷା
ଶନିବାର ଏକ ବଡ଼ ଖବର ସାଧାରଣଙ୍କ ସମ୍ମୁଖକୁ ଆସିଛି । ଜଣାପଡ଼ିଛି ଯେ ଏଣିକି ଆୟୁଷ୍ମାନ କାର୍ଡରେ ହେବ ସମସ୍ତ ପ୍ରକାର ମେଡ଼ିକାଲ ପରୀକ୍ଷା ।
ଏ ନେଇ ଖୋଦ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଘୋଷଣା କରିଛନ୍ତି ।
ମନ୍ତ୍ରୀ କହିଛନ୍ତି ଯେ ଏଣିକି ଆୟୁଷ୍ମାନ କାର୍ଡରେ ହେବ ସମସ୍ତ ପ୍ରକାର ମେଡ଼ିକାଲ ପରୀକ୍ଷା । ରୋଗୀ ହସ୍ପିଟାଲରେ ଆଡମିଟ ହେବାର ୩ଦିନ ପୂର୍ବରୁ କାର୍ଡ ମାଧ୍ୟମରେ ପରୀକ୍ଷା କରାଯିବ ।
ତିନି ଦିନ ପୂର୍ବରୁ ଯାହା ଟେଷ୍ଟ ହେବ ତାହା ଆୟୁଷ୍ମାନ ପ୍ୟାକେଜରେ ଅନ୍ତର୍ଭୁକ୍ତ ହେବ । ଏହି ଗାଇଡଲାଇନ ନ ମାନିଲେ ହାସପାତାଳ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ସତର୍କ କରାଇଛନ୍ତି ।