ପୁଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ
ପୁଲିସର ନିସ୍ତୁକ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ ହୋଇଛି ।
ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ପୁଲିସ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆସିଥିବା ଜଣାପଡ଼ିଛି ।
ଥାନାରେ ଯୁବକଙ୍କୁ ମାଡ଼ ପରେ ଗୁରୁତର ହେବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ଡାକ୍ତର ସେଠାରେ ଯୁବକଙ୍କୁ ମୃତ ବୋଲି ଘୋଷଣା କରିଛନ୍ତି ।
ମୃତ ଯବୁକଙ୍କ ନାମ ସୁଶାନ୍ତ କୁମାର ସାହୁ । ଯୁବକକୁ କୌଣସି ଏକ ମାମଲାର ତଦନ୍ତ ପାଇଁ ପୁଲିସ ଉଠାଇ ନେଇ ଅକଥନୀୟ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।
ସେ ଗୁରୁତର ହେବା ପରେ ପରିବାର ଲୋକଙ୍କୁ ଡକାଇ ଗୁରୁତର ଅବସ୍ଥାରେ ପୁଲିସ ପଠାଇ ଦେଇଥିଲା । ଆଜି ତାଙ୍କର ଏମକେସିଜିରେ ଚିକିତ୍ସା ଅବସ୍ଥାରେ ମୃତ୍ୟୁ ଘଟିଥିବା କୁହାଯାଇଛି । ତେବେ ପୁଲିସ କର୍ମଚାରୀଙ୍କ ମାଡ଼ରେ ସଂପୃକ୍ତ ଯୁବକ ଜଣଙ୍କର ମୃତ୍ୟ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ପୁଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ଘଟିଛି କି ନାହିଁ ତାହା ମେଡ଼ିକାଲ ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହେବ ବୋଲି କୁହାଯାଇଛି ।