ନୀରବ ମୋଦୀର ପ୍ରତ୍ୟାର୍ପଣ ପାଇଁ ଲଣ୍ଡନରେ ସିବିଆଇ ଦଳ
ବହୁ ଚର୍ଚିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ତଥା ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀର ପ୍ରତ୍ୟାର୍ପଣ ପ୍ରକ୍ରିୟା ତୀବ୍ର ହୋଇଛି ।
ଏହି ମାମଲା ସହିତ ଜଡ଼ିତ ଚୂଡ଼ାନ୍ତ ଔପଚାରିକତା ସମାପ୍ତ କରିବାକୁ ସିବିଆଇ ଅଧିକାରୀ ଏବଂ ଆଇନ ବିଶେଷଜ୍ଞ ଏକ ଦଳ ଲଣ୍ଡନରେ ପହଂଚିଛି ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ନୀରବ ମୋଦୀ ୟୁକେରେ ତାର ସମସ୍ତ ଆଇନଗତ ବିକଳ୍ପ ଶେଷ କରିଛି ।
ସଂପ୍ରତି ଲଣ୍ଡନସ୍ଥିତ ଆପିଲ କୋର୍ଟ ତାର ପ୍ରତ୍ୟାର୍ପଣ ଆଦେଶ ବିରୋଧରେ ପ୍ରକ୍ରିୟା ପୁନଃ ଖୋଲିବା ପାଇଁ ତାର ଆବେଦନକୁ ଖାରଜ କରି ଦେଇଛି ।
କୋର୍ଟ କହିଛନ୍ତି ଯେ ଆବେଦନଟି ପୁନର୍ବାର ଖୋଲିବା ପାଇଁ କୌଣସି ବ୍ୟତିକ୍ରମିକ କାରଣ ଉଠାଇ ନାହିଁ ।