୨୩ରେ ପଶ୍ଚିମବଙ୍ଗ ପ୍ରଥମ ପର୍ଯ୍ୟାୟ ଭୋଟ
୨,୪୦୭ କମ୍ପାନୀ ମୁତୟନ ବ୍ୟବସ୍ଥା
ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଏପ୍ରିଲ୍ ୨୩ରେ ହେବ ।
୧୫୨ଟି ବିଧାନସଭା କ୍ଷେତ୍ରରେ ଭୋଟଗ୍ରହଣ କରାଯିବ । ପ୍ରଥମ ଦଫା ମତଦାନ ଯେପରି ଶାନ୍ତିଶୃଙ୍ଖଳାରେ ପରିଚାଳିତ ହୁଏ ସେଥିପାଇଁ ନିର୍ବାଚନ କମିସନ ପକ୍ଷରୁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଛି ।
ସେଥିପାଇଁ ରାଜ୍ୟରେ ମୋଟ ୨,୪୦୭ କମ୍ପାନୀ କେନ୍ଦ୍ରୀୟ ବାହିନୀ ଆସି ପହଂଚିଛି । ଜଣାପଡ଼ିଛି ଯେ କେବଳ ମୁର୍ଶିଦାବାଦ ପାଇଁ ୩୧୬ କମ୍ପାନୀ କେନ୍ଦ୍ରୀୟ ବାହିନୀ ମୁତୟନ ରହିବ ।
ଜଣାପଡ଼ିଛି ଯେ ଜଙ୍ଗିପୁର ପୁଲିସ ଜିଲାରେ ୭୬ କମ୍ପାନୀ ବାହିନୀ ରହୁଥିବାବେଳେ ମୁର୍ଶିଦାବାଦ ପୁଲିସ ଜିଲାରେ ୨୪୦ କମ୍ପାନୀ ସୁରକ୍ଷା ଦାୟିତ୍ୱ ସମ୍ଭାଳିବେ ।
ସେହିପରି ପୂର୍ବ ଓ ପଶ୍ଚିମ ମେଦିନୀପୁରରେ ଯଥାକ୍ରମେ ୨୭୩ କମ୍ପାନୀ ଓ ୨୭୧ କମ୍ପାନୀ, ବାଙ୍କୁଡ଼ାରେ ୧୯୩ କମ୍ପାନୀ, ମାଲଦହରେ ୧୭୨ କମ୍ପାନୀ, ପୁରୁଲିଆରେ ୧୫୧ କମ୍ପାନୀ, କୁଚବିହାରରେ ୧୪୬ କମ୍ପାନୀ, ଜଳପାଇଗୁଡ଼ିରେ ୯୨ କମ୍ପାନୀ, ଦକ୍ଷିଣ ଦିନାଜପୁରରେ ୮୩ କମ୍ପାନୀ, ଆଲିପୁରଦୁଆରରେ ୭୭ କମ୍ପାନୀ, ଝାଡ଼ଗ୍ରାମରେ ୭୪ କମ୍ପାନୀ, ରାୟଗଞ୍ଜ ପୁଲିସ ଜିଲାରେ ୭୧ କମ୍ପାନୀ, ଇସଲାମପୁର ପୁଲିସ ଜିଲାରେ ୬୧ କମ୍ପାନୀ, ଦାର୍ଜିଲିଂରେ ୬୧ କମ୍ପାନୀ, ଶିଲିଗୁଡ଼ି ପୁଲିସ କମିସନରେଟରେ ୪୪ କମ୍ପାନୀ, କଲିମ୍ପରେ ୨୧ କମ୍ପାନୀ କେନ୍ଦ୍ରୀୟ ବାହିନୀ ମୁତୟନ ରହିବେ ।