ଯୁଦ୍ଧର ଅନୁଭୂତି ବଖାଣିଲେ ଓଡ଼ିଆ ନାବିକ
୩୬ ଦିନ ପର୍ଯ୍ୟନ୍ତ ହର୍ମୁଜରେ ଫସିଥିଲି…
ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁଁ ଓମାନ-ଇରାନ ମଧ୍ୟରେ ଥିବା ସଂକୀର୍ଣ୍ଣ ପଣ୍ୟବାହୀ ଜଳପଥ ହର୍ମୁଜ ପ୍ରଣାଳୀକୁ ବନ୍ଦ କରି ରଖିଛି ଇରାନୀ ସେନା ।
ଯଦି ତା’ ଅନୁମତି ବିନା କୌଣସି ଜାହାଜ ଏହି ହର୍ମୁଜ ପ୍ରଣାଳୀକୁ ପାର କରିବା ପାଇଁ ଚେଷ୍ଟା କଲେ ତାକୁ କ୍ଷେପଣାସ୍ତ୍ର ମାଡ଼ ମାରି ଧ୍ୱଂସ କରିଦିଆଯିବ ବୋଲି ଇରାନୀ ସେନା ଦୃଢ଼ ଚେତାବନୀ ଦେଇଛି ।
ତେବେ ଯୁଦ୍ଧର ଏହି ବିଭୀଷିକା ମଧ୍ୟରେ ସଫଳତାର ସହିତ ଜାହାଜକୁ ସୁରକ୍ଷିତ ଭାବେ ଦେଶକୁ ଫେରା ଆଣିପାରିଛନ୍ତି ଓଡ଼ିଆ ନାବିକ ଅଶୋକ ଦୀକ୍ଷିତ ।
ଅଶୋକ ତାଙ୍କ ପ୍ରତିକି୍ରୟାରେ କହିଛନ୍ତି ଯେ, ପାରସ୍ୟ ଉପସାଗରରେ ଥିବାବେଳେ ମୁଁ ଅତି ନିକଟରୁ ଏହି ଯୁଦ୍ଧକୁ ଦେଖିଛି । କଟକର ଓଡ଼ିଆ ମେରାଇନ ଅଫିସର ଅଶୋକ କହିଛନ୍ତି ଯେ, ହର୍ମୁଜ ପ୍ରଣାଳୀରେ ସେ ତାଙ୍କ ସହଯୋଗୀଙ୍କ ସହିତ ପ୍ରାୟ ୪୦ ଦିନ ଅତି କଷ୍ଟରେ କାଟିଥିଲେ ।
ଏହି ସମୟରେ ତାଙ୍କ ମୁଣ୍ଡ ଉପର ଦେଇ ମିସାଇଲ ଯାଉଥିବା ସେ ଦେଖିଛନ୍ତି । ସେ ତାଙ୍କ ୧୬ ବର୍ଷର କ୍ୟାରିୟର ମଧ୍ୟରେ ହର୍ମୁଜ ଦେଇ ପୂର୍ବରୁ ୮ରୁ ୯ ଥର ଯାଇସାରିଛନ୍ତି; କିନ୍ତୁ ଏଥରକ ଯାତ୍ରା ଅତି ଚିନ୍ତାଜନକ ଥିଲା । କାରଣ ୨୪ ଫେବୃଆରୀରୁ ସେ ହର୍ମୁଜ ପ୍ରଣାଳୀ ଅତିକ୍ରମ କରିସାରିଥିଲେ ।
ସେ ତାଙ୍କ ଜାହାଜରେ ଏଲପିଜି ନେଇ ଆସୁଥିଲେ । ପରେ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସେ ତାଙ୍କ ଜାହାଜରେ କାତାର ପହଂଚିଥିଲେ । ସେତେବେଳେ ଜାହାଜର ଜିପିଆରଏସ ଠିକ ଭାବେ କାମ କରୁନଥିଲା । ୨
୯ ଫେବୃଆରୀରେ କାତାରର ବନ୍ଦରରେ ଏଲପିଜି ଲୋଡ କରିବା ସମୟରେ ସେଠାରେ ସାଇରନ ବାଜିଥିଲା ଏବଂ ପୋର୍ଟ ଟର୍ମିନାଲ ଅତି ନିକଟରେ ଏକ ମିସାଇଲ ଆସି ପଡ଼ିଥିଲା । ଜାହାଜରେ ଏଲପିଜି ଲୋଡ ହୋଇସାରିଥିବାପରେ ସେମାନେ କାତାରରେ ଆଂକର ପକାଇ ଅଶୋକ ଜାହାଜରେ ରହିଥିଲେ । କାରଣ ସେତେବେଳକୁ ଯୁଦ୍ଧ ଜୋରଦାର ହୋଇସାରିଥିଲା ।
ଯଦିଓ ଭିଏଚଏଫ ଯୋଗେ ଆଖପାଖର ଯୁଦ୍ଧ ପରିସ୍ଥିତି ଶୁଣିବାକୁ ପାଉଥିଲୁ । ସେତେବେଳେ ହର୍ମୁଜରେ ପ୍ରାୟ ୪୦ରୁ ଅଧିକ ଜାହାଜ ଫସି ରହିଥିଲା । ସେହିଭଳି ହର୍ମୁଜ ବାହାରେ ପ୍ରାୟ ୩ ହଜାରରୁ ଅଧିକ ଜାହାଜ ଫସି ରହିଥିବାବେଳେ ୨୦ ହଜାରରୁ ଅଧିକ ନାବିକ ଓ କର୍ମଚାରୀ ଫସି ରହିଥିଲେ ।
ତେବେ ମାର୍ଚ ୧୯ ତାରିଖରେ କାତାରର ଏଲପିଜି ଟର୍ମିନାଲ ଉପରେ ପଡ଼ିଥିବା ମିସାଇଲ ମାଡ଼ରେ ଜାହାଜ ଦୋହଲିଯିବା ସହିତ ପ୍ରକମ୍ପିତ ହୋଇଥିଲା ।
ତେବେ ଏହି ଯୁଦ୍ଧରେ ୧୦ରୁ ୧୫ ଭାରତୀୟଙ୍କ ଜୀବନ ଯାଇଥିବା ଅଶୋକ କହିଛନ୍ତି; ମାତ୍ର ଯେଉଁ ଜାହାଜରେ ଭାରତୀୟ ପତାକା ଲାଗିଥିଲା ତାହା ଉପରେ କୌଣସି ଆକ୍ରମଣ ନା ଇରାନ ନା ଇସ୍ରାଏଲ ନା ଆମେରିକା କେହି ଆକ୍ରମଣ କରିନଥିଲେ ବୋଲି ଅଶୋକ କହିଛନ୍ତି ।